ଧର୍ମଗଡ ବିଜୁ ଜନତା ଦଳ ତରଫରୁ ୰ନବ ଦାସ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା କଳାହାଣ୍ଡି ଜିଲ୍ଲା ବିଜେଡି ପର୍ଯ୍ଯବେକ୍ଷକ ସ୍ୱର୍ଗତ ନବ କିଶୋର ଦାସଙ୍କ ଅକାଳ ବିୟୋଗରେ ମର୍ମାହତ ଧର୍ମଗଡ଼ ବିଜୁ ଜନତା ଦଳ ପକ୍ଷରୁ ଆଜି ସ୍ଥାନୀୟ ବିଜୁ କଲ୍ଯାଣ ମଣ୍ଡପ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ଏବଂ ସ୍ୱର୍ଗତ ନବ କିଶୋର ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବପ୍ରାର୍ଥନା କରିବା ସହ ସ୍ୱର୍ଗତ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ଫୋଟୋ ଚିତ୍ର ରେ ଦ୍ୱୀପ ପ୍ରଯଲନ ମାଲ୍ୟ ଅର୍ପଣ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ଯବର ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷଧି ବାଗ, ଧର୍ମଗଡ଼ ବ୍ଲକ ବିଜେଡି ସଭାପତି ଶ୍ରୀଯୁକ୍ତ ଟିକମନ ଯାଦବ,ବିଧାୟକ ପ୍ରତିନିଧି ସ୍ୱାଧୀନ ବାଗ, ଧର୍ମଗଡ଼ ବ୍ଲକ ଜୋନ୍-୧ ଜିଲ୍ଲା ପରିଷଦ ସଦସ୍ଯ ଶ୍ରୀ ଗୋପୀନାଥ ମହାନନ୍ଦ, ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ଯ ଶ୍ରୀ ଶଙ୍କର ଯୁଏଡ, ଜୋନ୍-୩ ଜିଲ୍ଲା ପରିଷଦ ସଦସ୍ଯ ଶ୍ରୀ ପ୍ରଣବ କିଶୋର ଭଇଁସାଲ, ଧର୍ମଗଡ଼ ଏନ୍ଏସି ଉପାଧ୍ୟକ୍ଷା ଶ୍ରୀମତୀ ମନିଷା ମୁଣ୍ଡ(ମିଶ୍ର), ଏନ୍ଏସିର ପୂର୍ବତନ ଅଧ୍ଯକ୍ଷା ହୀରା ବାଗ, ଆଇନଜୀବୀ ଧିରେନ୍ଦ୍ରନାଥ ପାତ୍ର, ରାଜେନ୍ଦ୍ର ମୁନୀ, ଅଜିତ ସାହୁ,ରାଜା ହାତୀ, ବିକାଶ ଅଗ୍ରୱାଲ, ସୁନୀଲ ମେହେର,ବିବେକ ରଞ୍ଜନ ମିଶ୍ର ସମେତ ଧର୍ମଗଡ଼ ବିଜୁ ଜନତା ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।


