କେସିଙ୍ଗା ରେ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ବିୟୋଗରେ ଶୋକସଭା

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଦିବଂଗତ ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଙ୍କ ବିୟୋଗରେ ସ୍ଥାନୀୟ ଏନ ଏ ସି ସଦଭାବନା ଗୃହ ଠାରେ ସହର ସଭାପତି ରମେଶ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଏକ ଶୋକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏ ଥିରେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଏନ ଏ ସି ଅଧ୍ୟକ୍ଷ ନୃପରାଜ ଯାଦବ, ରାଜ୍ୟ ପରିଷଦ ସଭ୍ୟ ଭବାନୀ ନିଆଲ, ଜିଲ୍ଲା ସମ୍ପାଦକ ସୁରେଶ ମହାନନ୍ଦ,ପୂର୍ବତନ ଏନ ଏ ସି ଅଧ୍ୟକ୍ଷ ରାମଜି ମାତଖଣ୍ଡିଆ,ଗୀତାଞ୍ଜଳି ବରିହା,ଓକିଲ ସଂଘ ସଭାପତି ପ୍ରକାଶ ଦାସ, ଉତ୍ତର ମହଲା, ଦୟାନିଧି ସୁନାନୀ, ନଳୀନ ପଟ୍ଟନାୟକ,ଉପେନ୍ଦ୍ର ଘିଭେଲା, ରମାକାନ୍ତ ଜେନା, ପ୍ରକାଶ ବନଛୋର, ନରସିଂହ ନିଆଲ, ମଞ୍ଜୁ ମାଝୀ, ଶ୍ରୀନିବାସ ନାଇଡୁ, ନେହେରୁ ସୁନାନୀ ପ୍ରମୁଖ ଙ୍କ ସହ ଶତାଧିକ କର୍ମୀ ଓ ସ୍ଥାନୀୟ ନେତୃ ମଣ୍ଡଳୀ ଏହି ଶୋକ ସଭା ରେ ସାମିଲ ହୋଇ ଗଭୀର ଶୋକ ପ୍ରକାଶ କରିଥିଲେ। କେବଳ ବିଜେଡି ଦଳ କୁ ନୁହେଁ ଆମେ ଏକ ପ୍ରତିଭା ଶାଳୀ ନେତୃତ୍ୱକୁ ହରାଇଛୁ ଏହା ପଶ୍ଚିମ ଓଡିଶା ର ନୁହେଁ ଏହା ଓଡ଼ିଶା ପାଇଁ ଅପୁରଣୀୟ କ୍ଷତି ବୋଲି ବକ୍ତା ମାନେ ତାଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ