ଅବସରପ୍ରାପ୍ତ ଷ୍ଟେଟବ୍ୟାଙ୍କ ଅଧିକାରୀଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସଙ୍ଘର ସାଧାରଣ ପରିଷଦ ବୈଠକ ବଡବାରଙ୍ଗସ୍ଥିତ ସଙ୍ଘ କାର୍ଯ୍ୟାଳୟରେ ସଙ୍ଘର ଉପସଭାପତି ଦୁର୍ଯ୍ୟୋଧନ ସେଠୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ କେନ୍ଦ୍ରାପଡା ଷ୍ଟେଟବ୍ୟାଙ୍କ ମୁଖ୍ୟଶାଖାର ଅବସରପ୍ରାପ୍ତ ଉପପରିଚାଳକ ଗୋଲକ ବିହାରୀ ବେହେରା ଓ କାଇପଡା ଷ୍ଟେଟବ୍ୟାଙ୍କ ଅବସରପ୍ରାପ୍ତ ପରିଚାଳକ ଅଜୟ କୁମାର ନାୟକଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ କରାଯାଇ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଙ୍ଘର ସାଧାରଣ ସମ୍ପାଦକ ଗଣେଶ୍ୱର ମେକାପ ବିବରଣୀ ପ୍ରଦାନ କରିବା ସହ ପୁରାତନ ଚାକିରୀ ଜୀବନର ସ୍ମୃତିଚାରଣ କରିବା ସହିତ ଅବସର ପରେ ଆଧ୍ୟାତ୍ମିକ ଚିନ୍ତନ ଓ ଭଗବତ ଦର୍ଶନ ହିଁ କେବଳ ମାନସିକ ଶାନ୍ତି ଓ ଶାରିରୀକ ସୁସ୍ଥତା ଅନୁଭବ କରିବାର ଅନ୍ୟତମ ମାର୍ଗ ବୋଲି ବକ୍ତବ୍ୟ ରଖିଥିଲେ । ସଙ୍ଘର ବରିଷ୍ଠ ସଦସ୍ୟମାନେ ବନ୍ଧୁ ଦର୍ଶନ ଓ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ ଦ୍ୱାରା ବହୁ ମାନସିକ ଶାନ୍ତି ମିଳୁଥିବା ପ୍ରକାଶ କରିଥିଲେ । ଏହି ବୈଠକରେ ଉଦୟନାଥ ସାହୁ, ରାମଚନ୍ଦ୍ର ସେଠୀ, ପହଲାଦ ମହାରଣା, ଶରତ ମୁଦୁଲି, ନିରଞ୍ଜନ ମହାରଣା, ମହେନ୍ଦ୍ର ମିଶ୍ର, ପ୍ରମୋଦ ସାହାଣୀ, ସୈାର ପ୍ରସାଦ ତ୍ରିପାଠୀ, ମାଧବାନନ୍ଦ ମହାପାତ୍ର, କ୍ଷୀରୋଦ ବେହେରା, ହରିପଦ ପଣ୍ଡା, ଭୀମସେନ ଦାସ, ଅତୁଲ ଚନ୍ଦ୍ର ଗିରି, ପ୍ରସନ୍ନ ସ୍ୱାଇଁ, କୁଞ୍ଜ ସାମଲ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସଙ୍ଘର କୋଷାଧ୍ୟକ୍ଷ ଗୈାରାଙ୍ଗ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।


