ଛେନାପଦି ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଛେନାପଦିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଦ୍ୟାଧର ତରେଇଙ୍କୁ ବିଦ୍ୟାଳୟ ତଥା ପୁର୍ବତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଆଜି ସକାଳେ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ବଞ୍ଚୋସ୍ଥିତ ବାସଭବନରୁ ଶିକ୍ଷକ ବିଦ୍ୟାଧର ତରେଇଙ୍କୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବା ସହିତ ସ୍କୁଲ ପରିସରକୁ ପାଛୋଟି ନେଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ସହକାରୀ ଶିକ୍ଷାଅଧିକାରୀ ଧନେଶ୍ୱର ଖଣ୍ଡେଇ, ମୁଖ୍ୟ ବକ୍ତା ଭାବେ ପୁର୍ବତନ ବିଇଓ ସୁରଥ କୁମାର ସାହୁ, ସମ୍ମାନୀତ ଅତିଥି ଭାବେ ଏବିଇଓ ସୁରେଶ କୁମାର ଜେନା, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ମଧୁମିତା ସ୍ୱାଇଁ, ସମିତିସଭ୍ୟ ଜଗତଜୀବନ ଜେନା, ପୁର୍ବତନ ଏବିଇଓ ବିନୋଦ କୁମାର ରାଉତ, ମିଳିତ ଶିକ୍ଷକ ମଞ୍ଚର ସମ୍ପାଦକ ମିହିର କୁମାର ପଣ୍ଡା, ସିଆରସିସି ଅଞ୍ଜନ କୁମାର ଦାସ, ଶ୍ରୀକାନ୍ତ ପଟ୍ଟନାୟକ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହୃଶିକେଶ ଜେନା ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ବିଦ୍ୟାଧର ତରେଇଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିଥିଲେ । ସେ ଗୋପାଳପୁର, ଅସିଆ, ଜମ୍ଭୀରା ଓ ୭ବର୍ଷକାଳ ସିଆରସିସି ଭାବେ କାର୍ଯ୍ୟ କରିବାପରେ ଛେନାପଦି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୬ବର୍ଷ କାଳ ଅତିବାହିତ କଲାପରେ ଆଜି ଚାକିରୀରୁ ଅବସର ନେଇଛନ୍ତି । ସେ ଜଣେ ଆଦର୍ଶ ଶିକ୍ଷକ, ଦକ୍ଷ ସଂଗଠକ ଓ ଛାତ୍ରବତ୍ସଳ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ ଓ ସହକର୍ମୀ ମାନଙ୍କ ପକ୍ଷରୁ ତାଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦିଆଯାଇ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଶିକ୍ଷୟତ୍ରୀ ସୁକାନ୍ତୀଲତା ମିଶ୍ର, ପୁଷ୍ପାଞ୍ଜଳୀ ଖୁଣ୍ଟିଆ, ଉମାମଣୀ ପାଢ଼ୀ, ସୁକାନ୍ତ କୁମାର ରାଉତ, ଶୁକେଶୀ ସାହୁ, ପ୍ରତିମା ନାୟକ, ପୁଷ୍ପିତା ନାୟକ, ଅହଲ୍ୟା ରାଉତ, ବିଦ୍ୟାଧର ବେହେରା, ମମତାମୟୀ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉଦୟନାଥ ସା, ଅମରବର ସା, ସୁଧାକର ସା, ସତ୍ୟବ୍ରତ ସାହୁ, ଆକାଶ ସା, ଚନ୍ଦ୍ରମଣି ଜେନା, ଦିବାକର ଜେନା, କୁନି ଜେନାଙ୍କ ସମେତ ଅନେକ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ