ସ୍କୁଲ ବସ୍ ହଳଦିଆ ରଙ୍ଗ ହେବାର କାରଣ

School Bus

ସାଧାରଣତଃ ଅଧିକାଂଶ ସ୍କୁଲ ବସ୍‌ର ରଙ୍ଗ ହଳଦିଆ । ଆମେ ଏହା ପ୍ରତିଦିନ ଦେଖୁଥିଲେ ମଧ୍ୟ ତେବେ ଏହାକୁ ଦେଖୁଥିଲେ ମଧ୍ୟ କେତେକ ଲୋକ ଏଭଳି ହେବା ପଛର କାରଣ ସମ୍ପର୍କରେ ଜାଣି ନ ଥାନ୍ତି। ତେବେ ଏହାର ବୈଜ୍ଞାନିକ ଓ ସୁରକ୍ଷା ସମ୍ବଳିତ କାରଣ ରହିଛି। ଯେଉଁଥିପାଇଁ ଏହାର ରଙ୍ଗ ହଳଦିଆ ହୋଇଥାଏ। ତେବେ ଜାଣନ୍ତୁ ସେ ବିଷୟରେ।
ସୁରକ୍ଷା ଦୃଷ୍ଟିରୁ ସ୍କୁଲ ବସ୍‌ ହଳଦିଆ ରଙ୍ଗର ହୋଇଥାଏ। ହଳଦିଆ ରଙ୍ଗ ଦୂରରୁ ନଜରକୁ ଆସୁଥିବା ବେଳେ ରାତି, ବର୍ଷା, କୁହୁଡିରେ ମଧ୍ୟ ଦୂରରୁ ଦେଖାଯାଇଥାଏ। ଫଳରେ ଗାଡି ଅନେକ ସମୟରେ ଦୁର୍ଘଟଣାରୁ ବର୍ତ୍ତି ଯାଇଥାଏ। ହଳଦିଆ ରଙ୍ଗ ଆଖିକୁ ଶୀଘ୍ର ଦେଖାଯାଇଥାଏ। ଏହି ରଙ୍ଗ ଉପରକୁ ବ୍ୟକ୍ତିର ନଜର ପ୍ରଥମେ ଯାଏ ବୋଲି ୧୯୩୦ରେ ଆମେରିକାରେ କରାଯାଇଥିବା ଏକ ଗବେଷଣାରୁ ପ୍ରମାଣିତ ହୋଇଛି। ଏହାର ପଛରେ ଅନେକ କାରଣ ରହଛି। ଅନ୍ୟ ରଙ୍ଗ ତୁଳନାରେ ୧.୨୪ ଗୁଣ ଅଧିକ ଆକର୍ଷିତ କରିଥାଏ ହଳଦିଆ। ଏଥିଲାଗି ଏହା ଅନ୍ୟ ରଙ୍ଗ ତୁଳନାରେ ଆଖିକୁ ଶୀଘ୍ର ଦେଖାଯାଇଥାଏ। ଅପରପକ୍ଷେ ସ୍କୁଲ୍‌ ବସ୍‌କୁ ନେଇ ସୁପ୍ରିମ୍‌କୋର୍ଟ ମଧ୍ୟ ତାହାର ଅନେକ ଗାଇଡଲାଇନ୍‌ ପ୍ରସ୍ତୁତ କରିଛନ୍ତି। ଯେମିତି ସ୍କୁଲ୍‌ ବସ୍‌ ନାଁ, ତାହାର କର୍ତ୍ତବ୍ୟ, ସ୍କୁଲ୍‌ ସମ୍ପର୍କିତ ସମସ୍ତ ଖବର, ବସ୍‌ରେ ଜଣେ ଅଟେଣ୍ଡାଣ୍ଟ ଆଦି ରହିବେ। ଏଥିସହ ୪୦ରୁ ଅଧିକ ବେଗରେ ବସ୍‌ ଗତି କରି ନ ପାରିବା ଭଳି ଗାଇଡ୍‌ଲାଇନ। ଏଣୁ ସ୍କୁଲର ନିର୍ଦ୍ଧାରିତ ନିୟମ ଓ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବସ୍‌ଗୁଡ଼ିକ ହଳଦିଆ ରଙ୍ଗର କରାଯାଇଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ