୨୩ କେଜି ଗଞ୍ଜେଇ ଜବତ ମହିଳା ଗିରଫ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜେଇ ଚୋରା ଚାଲାଣ ବେଳେ ଦିଗପହଣ୍ଡି ପୋଲିସ ଶୁକ୍ରବାର ଜଣେ ମହିଳାଙ୍କୁ ଗିରଫ କରି ଥାନାରେ ଅଟକ ରଖିଛନ୍ତି। ମହିଳା ଜଣକ ହେଲେ ପାଟପୁର ଥାନା  ସିଙ୍ଗପୁର ଗ୍ରାମର ଧୋବୁଣୀ ବେହେରା । ତାଙ୍କ ଠାରୁ ଗଞ୍ଜେଇ ଭର୍ତ୍ତି ବ୍ୟାଗକୁ ଜବତ କରାଯାଇଛି।ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ  ସାକ୍ଷ୍ୟ ମାନଙ୍କ ଉପସ୍ଥିତି ରେ ଗଞ୍ଜେଇକୁ ଜବତ କରାଯାଇଥିଲା। ପରେ  ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଡ଼. ଶ୍ରୀନିବାସ ବେହେରା ଙ୍କ ଉପସ୍ଥିତିରେ ଓଜନ କରାଯାଇଛି।ଜବତ ଗଞ୍ଜେଇର ପରିମାଣ ୨୩.୮୪୦ କେଜି ବୋଲି ଜଣାପଡିଛି। ଶନିବାର ଗଞ୍ଜେଇ ଚୋରା ଚାଲାଣ ରେ ସମ୍ପୃକ୍ତ ମହିଳା ଙ୍କୁ ବ୍ରହ୍ମପୁର ଜିଲା ଦୌରା ଜଜ କୋର୍ଟ କୁ ଚାଲଣ କରାଯିବ ବୋଲି ଦିଗପହଣ୍ଡି ଥାନା ଆଇ.ଆଇ.ସି ଦିପ୍ତୀରଞ୍ଜନ ବେହେରା ସୂଚନା ଦେଇଛନ୍ତି। ଅଭିଯୁକ୍ତା  ଧୋବୁଣୀ ଶୁକ୍ରବାର ମଧ୍ୟାହ୍ନ ରେ ଏକ ଗଞ୍ଜେଇ ଭର୍ତ୍ତି ବ୍ୟାଗ ଧରି ବ୍ରହ୍ମପୁର ଯିବା ପାଇଁ ଦିଗପହଣ୍ଡି-ପୋଡାମାରୀ ରାସ୍ତାର ମଳାଭଞ୍ଜା ଗ୍ରାମ ବସଷ୍ଟପ ରେ  ବସକୁ ଅପେକ୍ଷା କରିଥିବା ସମୟରେ କୌଣସି ସୂତ୍ରରୁ ଏ ସମ୍ପର୍କରେ ଦିଗପହଣ୍ଡି ଥାନାରେ ଖବର ପହଞ୍ଚିଥିଲା।ଆଇ.ଆଇ.ସିଙ୍କ ନିର୍ଦ୍ଦେଶ କ୍ରମେ ଥାନା ଏସ.ଆଇ ସ୍ୱର୍ଣ୍ଣଲତା ପାତ୍ର  ସଦଳେବଳେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତା ଙ୍କୁ ଗଞ୍ଜେଇ ସହ ଧରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ