ଦିଗପହଣ୍ଡି ରେ କଳାବ୍ୟାଜ ପିନ୍ଧି ପ୍ରାଣୀ ଚିକିତ୍ସକଙ୍କ ନିରବ ପ୍ରତିବାଦ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ପ୍ରାଣୀ ଚିକିତ୍ସକ ମାନେ ରାଜ୍ୟ ସଙ୍ଘର ଡାକରା କ୍ରମେ କଳାବ୍ୟାଜ ପିନ୍ଧି ବିଭିନ୍ନ ଦାବି ହାସଲ ପାଇଁ ଗତ ବୁଧବାର ଠାରୁ ନୀରବ ପ୍ରତିବାଦ କରିଆସୁଛନ୍ତି। ସରକାରୀ କାର୍ଯ୍ୟରେ କୌଣସି ପ୍ରକାର ଅବହେଳା ପ୍ରଦର୍ଶନ କରିବେ ନାହିଁ ବୋଲି ଆନ୍ଦୋଳନରତ ଚିକିତ୍ସକ ମାନେ କହିଛନ୍ତି।ରାଜ୍ୟ ସରକାର ସେମାନଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି। ବେତନ ଓ କ୍ୟାରିୟର କ୍ଷେତ୍ରରେ ସ୍ବାସ୍ଥ୍ୟ ବିଭାଗର ଏଲୋପ୍ୟାଥିକ ଡାକ୍ତରଙ୍କ ସହ ସମକକ୍ଷ କରିବା,କ୍ୟାଡର ପୁନର୍ଗଠନ କରି ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ରୂପାନ୍ତରିକରଣ ଆଣିବା ପାଇଁ ସେମାନେ ଦୀର୍ଘ ବର୍ଷ ଧରି ଦାବୀ କରି ଆସୁଛନ୍ତି। ସାମ୍ପ୍ରତିକ ସମୟରେ ଭେଟନାରୀ କ୍ୟାଡର କ୍ଷେତ୍ରରେ ଗୁରୁତର ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଯେଉଁ ଠାରେ ନୁଆ କରି କାର୍ଯ୍ୟରେ ଯୋଗଦେଉଥିବା ପ୍ରାଣୀ ଚିକିତ୍ସକ ମାନେ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ପରେ ସେମାନଙ୍କ ପଦନ୍ନୋତୀ ପାଇଁ ସରକାର ଙ୍କ ନିର୍ଦ୍ଦେଶାବଳୀ ରହିଛି।ତାହାକୁ ସଂଶୋଧନ କରିବା ସହ ପ୍ରତି ୮/୧୦ ଟି ପଞ୍ଚାୟତ ପାଇଁ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ଦେବା ,ପ୍ରାଣୀ ସ୍ୱାସ୍ଥ୍ୟ ସେବା ପାଇଁ ଗ୍ରାମାଞ୍ଚଳରେ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ସହ ପ୍ରାଣୀଧନ ଫରେନ୍ସିକ ଲ୍ୟାବ ପ୍ରତିଷ୍ଠା ସେମାନଙ୍କ ପ୍ରମୁଖ ଦାବୀ କହିବା ସହ ଏହା ସଫଳ ରୁପାୟନ ହେଲେ ରାଜ୍ୟରେ ଦୀର୍ଘ ୬୦ ବର୍ଷର ପୁରାତନ ସେବା ଯୋଗାଣର ପରିବର୍ତନ ଘଟିବ ବୋଲି ପ୍ରାଣୀ ଚିକିତ୍ସକ ଡା.ଆଷିଶ କୁମାର ଦୋରା କହିଛନ୍ତି। ଯଦି ସରକାର ସେମାନଙ୍କ ଦାବୀ ପ୍ରତି  ଅବହେଳା ପ୍ରଦର୍ଶନ କରନ୍ତି ତାହା ହେଲେ ଆନ୍ଦୋଳନକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚଳାଇ ରଖିବେ ବୋଲି ଅନ୍ୟତମ ପ୍ରାଣୀ ଚିକିତ୍ସକ ଡା.ସିଦ୍ଧାର୍ଥ ଶଙ୍କର ପ୍ରାଣୀଗ୍ରାହୀ ଚେତାବନୀ ଶୁଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ