ଗଞ୍ଜାମ ଜିଲା ପନ୍ଦରା ସମାଜର ପରିବର୍ଦ୍ଧିତ ଆଲୋଚନା ସଭା 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତା ର ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ନିକଟ ପନ୍ଦରାସମାଜ କୋଠଘର ପରିସରରେ ରବିବାର ଗଞ୍ଜାମ ଜିଲା ପନ୍ଦରା ସମାଜର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସାଙ୍ଗଠନିକ ଅଭିବୃଦ୍ଧି ଏବଂ ବିବିଧ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସମାଜର ରାଜ୍ୟ ଓ ଜିଲା ସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ନିଖିଳ ଓଡ଼ିଶା ପନ୍ଦରା ସମାଜର ଗଞ୍ଜାମ ଜିଲା ସଭାପତି ଡମ୍ବୁରୁ ଧର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସମ୍ପାଦକ ଚନ୍ଦ୍ର ଶେଖର ବାଡ଼ତ୍ୟା ଏବଂ ସମ୍ମାନୀତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚିରଞ୍ଜିବୀ ବାଡ଼ତ୍ୟା ଯୋଗ ଦେଇଥିଲେ। ଜିଲା ଉପ ସଭାପତି ନିରଞ୍ଜନ ବାଡ଼ତ୍ୟା , ସମ୍ପାଦକ ଅନନ୍ତ ବାଡ଼ତ୍ୟା , କୋଷାଧ୍ୟକ୍ଷ ଜଗବନ୍ଧୁ ବାଡ଼ତ୍ୟା , ଅଧ୍ୟକ୍ଷ ଜଗନ୍ନାଥ ବାଡ଼ତ୍ୟା ସ୍ବତନ୍ତ୍ର ପରାମର୍ଶ ଦାତା ନୀଳମଣି ବେହେରା , ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଦଣ୍ଡପାଣି ବାଡ଼ତ୍ୟା , ସୂର୍ଯ୍ୟ ବାଡ଼ତ୍ୟା ଓ ଖେମୁଣ୍ଡି ତାଲୁକା ସଭାପତି ସାହେବ ବାଡ଼ତ୍ୟା,ଭଗବାନ ବାଡ଼ତ୍ୟା ପ୍ରମୁଖ ସଭାରେ ମଞ୍ଚାସୀନ ଥିଲେ। ସମାଜର ସାଙ୍ଗଠନିକ ଆଲୋଚନା କରାଯାଇ ମାର୍ଚ୍ଚ ୫ ରେ ରାଜ୍ୟ ଓ ଜିଲା ସ୍ତରୀୟ ପନ୍ଦରା ସମାଜ ର କର୍ମକର୍ତ୍ତା ନିର୍ବାଚନ କରାଯିବା ନେଇ ସଭାରେ ବିଧିବଦ୍ଧ ନିଷ୍ପତି ନିଆଯାଇଥିଲା । ଅନୁଷ୍ଠିତ ସଭାରେ ପଞ୍ଚାୟତ ଓ ତାଲୁକା ସ୍ତରୀୟ ସମସ୍ତ କର୍ମକର୍ତ୍ତା ଓ ନାରୀ ସଙ୍ଗଠନର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ। ଗଞ୍ଜାମ ଜିଲା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ମାଧବ ବାଡତ୍ୟା ମଞ୍ଚ ପରିଚାଳନା କରିଥିବା ବେଳେ ଖେମୂଣ୍ଡି ତାଲୁକା ସମ୍ପାଦକ କାହ୍ନୁଚରଣ ବାଡତ୍ୟା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ