ବିଶ୍ଵଶାନ୍ତି ମହାଯଜ୍ଞ ପୂର୍ଣ୍ଣାହୁତି ଯୋଗଦେଲେ ପୂର୍ବତନ ବ୍ଳକ ଅଧ୍ୟକ୍ଷ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ମଧୂବନ ଗ୍ରାମ ସ୍ଥିତ ଶ୍ରୀ ଲୋକନାଥେଶ୍ବର ଶୈବପୀଠ ପ୍ରାଙ୍ଗଣରେ ସପ୍ତଦିବସ ବ୍ଯାପି ଚାଲିଥିବା ବିଶ୍ଵଶାନ୍ତି ଶ୍ରୀ ବିଷ୍ଣୁ ପଞ୍ଚାୟତନ ପଞ୍ଚ ମହାଯଜ୍ଞ ରବିବାର ପୂର୍ଣ୍ଣାହୁତି ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ତଥା ଜିଲା ପରିଷଦ ସଦସ୍ୟ ବିପିନ ଚନ୍ଦ୍ର ପ୍ରଧାନ ଙ୍କ ସମେତ ବହୁସଂଖ୍ୟକ ସରପଞ୍ଚ ପୂର୍ବତନ ସରପଞ୍ଚ ଏହି ମହାଯଜ୍ଞରେ ଯୋଗଦେଇ ପ୍ରଭୂଙ୍କ ଚରଣରେ ଆର୍ଶୀବାଦ ମାଗିବା ସହ ଦିଗପହଣ୍ଡି ବ୍ଳକର ସମସ୍ତ ଜନ ସାଧାରଣଙ୍କ ମଙ୍ଗଳ କାମନା ପାଇଁ ପୂଜାର୍ଚ୍ଚନା କରିଥିଲେ । ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୌଡ଼ଙ୍କ ଉପସ୍ଥିତିରେ ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀ ,ବମକୋଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନ , କଇଠଡା ସରପଞ୍ଚ ପ୍ରତିନିଧି ଦେବହରି ଗୌଡ଼, ବମକୋଇ ପୂର୍ବତନ ସରପଞ୍ଚ ଭଗବାନ ବାଡତ୍ୟା , ଦିଗପହଣ୍ଡି ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ଉଦୟନାଥ ସ୍ୱାଇଁ , ଦିଗପହଣ୍ଡି ପ୍ରାଥମିକ ସେବା ସମବାୟ ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ , ଖମ୍ବାରୀଗାଁ ପୂର୍ବତନ ସରପଞ୍ଚ ଲଳିତ ମୋହନ ମହାପାତ୍ର , ଶମ୍ଭୁ ପଣ୍ଡା , ସାମାଜିକ କର୍ମୀ ମନୋଜ କୁମାର ସାହୁ, ଗୋକର୍ଣ୍ଣପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।