ଗଜପତିରେ ଅବକାରୀ ଚଢ଼ାଉ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଅବକାରୀ ଉପଅଧିକ୍ଷୀକ ପ୍ରଭାତ କୁମାର ସେଠୀଙ୍କ ନିର୍ଦେଶକ୍ରମେ ସଦର ଅବକାରୀ ରେଞ୍ଜ, ଅବକାରୀ ପେଟ୍ରୋଲିଙ୍ଗ ଦଳ ଓ ଅବକାରୀ ନିରକ୍ଷିକ ଟିମ ୩ ଗୋଟି ସ୍ଥାନରେ ପୃଥକ ଭାବେ ଚଢ଼ାଉ କାରି ୩ ଗଞ୍ଜେଇ ଚାଲାଣକାରୀଙ୍କୁ ଧରିଥିବାବେଳେ ୩ ଗୋଟି ଘଟଣାରେ ମୋଟ ୬୯ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରଥିବାର ଜଣା ପଡିଛି. ଅବକାରୀ ବିଭାଗ ସୂଚନା ମୁତାବକ ସଦର ରେଞ୍ଜ ପକ୍ଷରୁ ପାରଳା ସହର ଉପକଣ୍ଠସ୍ଥ ଦେବୀତି ଗ୍ରାମ ଗ୍ରାମ୍ୟ ରାସ୍ତାରେ ଦୀପୁଲାଲ ବାଗ ((୩୯) ଗଞ୍ଜେଇ ଚାଲାଣ କରୁଥିବାର କୌଣସି ସୂତ୍ରରୁ ଖବରପାଇ ଚଢ଼ଉ କରାଯାଇଥିଲା. ଚଢ଼ାଉ ବେଳେ ଦୀପୁଙ୍କ ଠାରୁ ଗଞ୍ଜେଇ ଜବତ କରାଯାଇଥିଲା. ସେହିପରି ଅବକାରୀ ପେଟ୍ରୋଲିଙ୍ଗ ଦଳ ପାରଳାଖେମୁଣ୍ଡି ସହରର ବସଷ୍ଟାଣ୍ଡ ଠାରେ ପେଟ୍ରୋଲିଙ୍ଗ କରୁଥିବାବେଳେ ଜାଗୁ ହନ୍ତାଳ (୨୨) ନାମକ ଜଣେ ଯୁବକ ଗଞ୍ଜେଇ ଚାଲାଣ କରୁଥିବାର ଖବରପାଇ ଚଢ଼ାଉ କରିଥିଲେ. ଅନ୍ୟ ଏକ ଘଟଣାରେ ଅବକାରୀ ନିରୀକ୍ଷକ ଦଳ ଅଡାସିଂ ଛକ ଠାରେ ଚଢ଼ାଉ କରିଥିଲେ. ଏହି ଚଢ଼ାଉ ବେଳେ ଗେସନ ଶବର (୨୬) ନାମକ ଯୁବକଙ୍କ ଠାରୁ ଗଞ୍ଜେଇ ଜବତ କରିଥିଲେ. ୩ ଟି ପୃଥକ ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇ ଜବତ ସମସ୍ତ ଗଞ୍ଜେଇକୁ ଓଜନ କରିବା ପରେ ମୋଟ ୬୯ କେଜି ୬୦୦ ଗ୍ରାମ ଗଞ୍ଜେଇ ଥିବାର ଜଣା ପଡିଛି. ଦୀପୁଲାଲଙ୍କ ଠାରୁ ୭.୨୦୦ ଗ୍ରାମ, ଜାଗୁଙ୍କ ଠାରୁ ୧୨ କେଜି ୪୦୦ ଗ୍ରାମ ଓ ଗେସନଙ୍କ ଠାରୁ ୫୦ କେଜି ଗଞ୍ଜେଇ ଜବତ କରାଯାଇଥିବାର ସୂଚନା ମିଳିଛି. ଏହି ପୃଥକ ପୃଥକ ଚଢ଼ାଉରେ ନବସ୍ମିତା ନାୟକ,ବ୍ରିଙ୍ଗରାଜ ଦାମୀ, ସ୍ମିତା ପଣ୍ଡା ପ୍ରମୁଖଙ୍କ ନେତୃତ୍ୱରେ ଚଢ଼ାଉ ହୋଇଥିଲା. ଏଥିରେ ଅବକାରୀ ଅଧିକାରୀ ଓ କର୍ମଚାରୀମାନେ ସାମିଲ ଥିଲେ.


