ବାରବାଟୀ ଦିନିକିଆ ଘଣ୍ଟାକରେ ଟିକେଟ୍ ଶେଷ
କଟକ: ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଦିନିକିଆ ପାଇଁ ଗୁରୁବାର ଅନ୍ଲାଇନରେ ଟିକେଟ ବିକ୍ରି ହୋଇଥିଲା । ଟିକେଟ୍ କିଣିବାକୁ ନେଇ ଦର୍ଶକ ଦିନ ସାରା ମୋବାଇଲ ଧରି ଅପେକ୍ଷା କରି ରହିଥିଲେ । ଶେଷରେ ଅପରାହ୍ନ ୫ଟା ସମୟରେ ୱେବ ସାଇଟରେ ଟିକେଟ୍ ବୁକିଙ୍ଗ ଆରମ୍ଭ ହୋଇଥିଲା । ସନ୍ଧ୍ୟା ୬ଟା ପୂର୍ବରୁ ସବୁ ଟିକେଟ୍ ଶେଷ ହୋଇଯାଇଥିଲା । ଯାହାକୁ ନେଇ ଦର୍ଶକଙ୍କ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ୭ ନମ୍ବର ଗ୍ୟାଲୋରୀ ବନ୍ଦ ହେବା ପରେ ଅନ୍ ଲାଇନରୁ ୮୧୫୦ ଟିକେଟ୍ ବିକ୍ରି ହେବ ବୋଲି ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ପକ୍ଷରୁ ସୂଚନା ଦିଆଯାଇଥିଲା । ସେଥିପାଇଁ ଗ୍ୟାଲୋରୀ ନମ୍ବର ୨ ରେ ୩ ହଜାର, ୪ ନମ୍ବରରେ ୩ ହଜାର, ୬ ନମ୍ବରରେ ୧୫୦୦, ନ୍ୟୁପାଭିଲିୟନରେ ୫୦, ସେସ୍ପାଲ ଏନକ୍ଲୋଜରରେ ୫ ଶହ ଏବଂ ଏସି ବକ୍ସ ଗ୍ୟାଲୋରୀରେ (୪ ନମ୍ବର) ରେ ୧୦୦ ଟି ଟିକେଟ୍ ରହିଥିଲା ।


