ବିନା ସୂଚନା ଫଳକରେ ଚାଲିଛି ଡ୍ରେନ ଓ ରାସ୍ତା କାମ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ ଏ ସି ବା ପୂର୍ତ୍ତ ବିଭାଗର କାର୍ଯ୍ୟାଳୟ ର ପଛ ପଟେ ଚାଳିଛି ରାସ୍ତା ଓ ଡ୍ରେନ କାମ ଏହି ରାସ୍ତା ହେଉଛି ପୂର୍ତ୍ତ ବିଭାଗର ଠିକାଦାର ଥଇଥାନ ରାସ୍ତା ବା ସୁନା ଅଣ୍ଡା ଦିଆ ରାସ୍ତା। ଏହି ରାସ୍ତା ରେ ଅଳ୍ପ ବର୍ଷା ହେଲେ ରାସ୍ତା ମଝିରେ ମଝିରେ ଆଣ୍ଠୁ ଏ ପାଣି ରହିବା ସହିତ ଘରେ ଘରେ ପାଣି ପଶି ଥାଏ । ଏହି ରାସ୍ତା ରେ ବର୍ଷ କୁ ବର୍ଷ ଏନ୍ ଏ ସି ଓ ପୂର୍ତ୍ତ ବିଭାଗର ଲକ୍ଷ ଲକ୍ଷ ଟଙ୍କା ର କାମ ହୁଏ ଏଣୁ ଏହି ରାସ୍ତା କାଳେ ସୁନା ଅଣ୍ଡା ଦିଆ ରାସ୍ତା ହାତ ରୁ ଖସି ଯିବ ସେଥିପାଇଁ ଠିକାଦାର କୁ ସୁହାଇଲା ପରି ଏବଂ ଅଧିକ ପରିମାଣରେ ପି ସି ମିଳିବା ସହିତ ଆଉ ଅଳ୍ପ ଦିନ ରେ ପୁଣି କାମ ହେବ ସେଥିପାଇଁ ଯନ୍ତ୍ରୀ କିମ୍ବା ନିର୍ବାହୀ ଯନ୍ତ୍ରୀ ରାସ୍ତା ପାଖରେ ଦେଖା ଦେଉନାହାନ୍ତି ବୋଳି ବୁଦ୍ଧି ଯିବି ମହଳରେ ଅଭିଯୋଗ ହେଉଛି। ବିରୋଧୀ ଦଳର ନେତାମାନେ ଉକ୍ତ ରାସ୍ତା କୁ ନେଇ ବିଭାଗୀୟ କାର୍ଯ୍ୟଳୟ ଠାରେ ଧାରଣା ଦିଆଯିବା ସହିତ ଉକ୍ତ ରାସ୍ତା ର ଉଚ୍ଚ ସ୍ତରୀୟ ତଦନ୍ତ ଅଭିଯୋଗ କରାଯିବ ବୋଲି ଅଭିଯୋଗ କରୁଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ ହେଲେ ଯୋଗ ଯୋଗ ହୋଇ ନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ