ଖେମୁଣ୍ଡିି ଓକିଲ ସଂଘ ର ଜରୁରୀ ବୈଠକ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଖେମୁଣ୍ଡି ଓକିଲ ସଂଘର ଏକ ଜରୁରୀ ବୈଠକ ସଂଘ ର ସଭାପତି ଏ. ସୋମେଶ୍ବର ରାଓଙ୍କ ସଭାପତିତ୍ବରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ସଂଘର ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯିବା ସହ ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶ କ୍ରମେ ନିର୍ବାଚନ ଅଧିକାରୀ ପାଇଁ ବରିଷ୍ଠ ଆଇନଜୀବୀ ନୀଳମାଧବ ରଥ ଙ୍କ ନାମ  ସର୍ବସମ୍ମତ ଭାବେ ଗୃହୀତ ହୋଇଥିଲା।ଏଥିରେ ଓକିଲ ସଂଘ ସମ୍ପାଦକ ପ୍ରହଲ୍ଲାଦ ପ୍ରଧାନଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ