୮ଦିନ ବିତିଲା, ନିଖୋଜ ହାଟଡିହି କଲେଜ ଛାତ୍ରଙ୍କ ସନ୍ଧାନ ମିଳିଲାନି
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି କଲେଜର ଯୁକ୍ତ୩ ୨ୟବର୍ଷର ଛାତ୍ର ସୌମ୍ୟ ରଞ୍ଜନ ମହାନ୍ତ ଗତ ୮ଦିନ ହେଲା କେଉଁଆଡେ ନିଖୋଜ ହୋଇଯାଇଥିଲେବି ଆଜି ପର୍ଯ୍ୟନ୍ତ ଛାତ୍ରଙ୍କ ସନ୍ଧାନ ମିଳିପାରିଲାନି । ପରିବାର ଓ ଗ୍ରାମବାସୀମାନେ ବିଭିନ୍ନ ସ୍ଥାନରେ ଖୋଜାଖେଜି ଜାରି ରଖିଥିଲେ ବି ସାମାନ୍ୟତମ ସୁରକା ପାଇପାରି ନାହାନ୍ତି । ଏପରିକି ପରିବାର ଲୋକଙ୍କ ପକ୍ଷରୁ ଏନେଇ ଆନନ୍ଦପୁର ଥାନାରେ ଅଭିଯୋଗ କରାଯାଇଥିବାବେଳେ ପୁଲିସ ବିଭିନ୍ନ ଲୋକଙ୍କୁ ଉଠାଇ ଆଣି ତଦନ୍ତ ଜାରି ରଖିଥିଲେବି କିଛି ସୁରାକ ପାଇପାରି ନାହିଁ । ସୁଚନାରୁ ଜଣାଯାଇଛି ଯେ ଯୋଗିଆବନ୍ଧ ଗ୍ରାମର ସୁରେନ ମହାନ୍ତ ଓ ସ୍ୱର୍ଣ୍ଣଲତା ମହାନ୍ତଙ୍କ ପୁଅ ସୌମ୍ୟ ରଞ୍ଜନ ମହାନ୍ତ(୧୯) ହାଟଡିହି କଲେଜର ଜଣେ ମେଧାବୀ ଛାତ୍ର ଭାବେ ପରିଗଣିତ । ଗତ ୫ତାରିଖ ରବିବାର ଦିନସୌମ୍ୟର ବାପା ମା ସୌମ୍ୟକୁ ଘର ଜଗାଇଦେଇ ମେଡିକାଲକୁ ଯାଇଥିଲେ । କିନ୍ତୁ ସେମାନେ ମେଡିକାଲରୁ ଫେରିବା ବେଳକୁ ପୁଅ ସୌମ୍ୟ ଘରେ ନଥିଲା । ଅନେକ ଆଡେ ଖୋଜାଖୋଜି କରିଥିଲେ ମଧ୍ୟ ପୁଅର ସନ୍ଧାନ ପାଇ ନଥିଲେ । କେତେକ ତାଙ୍କୁ ଚକ୍ରତୀର୍ଥ ମଠକୁ ଯାଇଥିବା ଦେଖିଥିବା କହିବାପରେ ପରିବାର ଲୋକେ ଚକ୍ରତୀର୍ଥ ମଠକୁ ଯାଇ ଦେଖିବା ବେଳକୁ ତାର ସାଇଲେଟି ସେଠାରେ ରଖାଯାଇଥିବା ଦେଖିଥିଲେ । କିନ୍ତୁ ସୌମ୍ୟର ସନ୍ଧାନ ମିଳିନଥିଲା ।