ଅସହାୟ ଅଭାବୀଙ୍କୁ ବସ୍ତ୍ର ବଣ୍ଟନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ବୁଲେଟିନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ସ୍ଥାନୀୟ ଅନ୍ଧାରୁଆ, ପାଦପଦ୍ମଠାରେ ଏକ ବନ୍ଧୁମିଳନ ଓ ଅସହାୟ ଅଭାବୀ ମହିଳାଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାହିତ୍ୟିକା ଜୟଶ୍ରୀ ଦାସ, ସମ୍ମାନିତ ଅତିଥି ଭାବରେ ଅଧିବକ୍ତା ସମାଜସେବୀ ଉମାକାନ୍ତ ତାଣ୍ଡି, ସମାଜ ସେବିକା ସମିତା ମହାରଣା, ବରିଷ୍ଠ ସାମ୍ବାଦିକ ବ୍ରଜବନ୍ଧୁ ପରିଡ଼ା ଯୋଗଦେଇ ମାନବ ସେବା ହିଁ ମାଧବ ସେବା ବୋଲି ମତବ୍ୟକ୍ତ କରିବା ସହିତ ସମସ୍ତେ ନିଜନିଜ ସ୍ତରରେ ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତୁ ବୋଲି ଅତିଥିମାନେ କହିଥିଲେ । ସମାଜସେବୀ ନାରାୟଣ ଖୁଣ୍ଟିଆ ବସ୍ତ୍ର ବଣ୍ଟନ କାର୍ଯ୍ୟକୁ ସହଯୋଗ କରିଥିବା ବେଳେ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୀତାଂଶୁ ଶେଖର ମହାରଣା, କବିତା ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ