ଚିଟଫଣ୍ଡ ଜମାଅର୍ଥ ଫେରସ୍ତ ଦାବିରେ ଜମାକାରୀଙ୍କ ଗଣ ସତ୍ୟାଗ୍ରହ

ବାଲେଶ୍ୱର, (ସରୋଜ ପଣ୍ଡା):ଚିଟଫଣ୍ଡ ଜମାଅର୍ଥ ଫେରସ୍ତ ଦାବିରେ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ରେମୁଣା ତହସିଲ ସମ୍ମୁଖରେ ଗଣସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । କ୍ଷତିଗ୍ରସ୍ତ ଜମାକାରୀ ଚିହ୍ନଟ ପାଇଁ ସରକାରଙ୍କ ଦ୍ୱାରା ବସିଥିବା ତଦନ୍ତ କମିଶନଙ୍କ ସୁପାରିଶ କ୍ରମେ ଅବିଳମ୍ବେ ପ୍ରତ୍ୟକ ତହସିଲ ଜରିଆରେ ଛୋଟ ବଡ଼ ସମସ୍ତ ଜମାକାରୀଙ୍କୁ ଚିହ୍ନଟ କରିବା, ଓଡିଶା ଜମାକାରୀ ସ୍ୱାର୍ଥ ରକ୍ଷା ଆଇନ-୨୦୧୧ ଭିତ୍ତିରେ ଅସାଧୁ ଅଥ ର୍ଲଗାଣକାରୀ ସଂସ୍ଥା ବିରୋଧରେ ମକଦମା ରୁଜୁ ସହ ତଦନ୍ତ ଆରମ୍ଭ କରିବା, ଜମାକାରୀଙ୍କ ଅର୍ଥରେ ପ୍ରତିଷ୍ଠା ହାଇଥିବା ବିଭିନ୍ନ ପ୍ରତିଷ୍ଠାନ ସମେତ ଅସାଧୁ ସଂସ୍ଥାର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିବା, ଜମାକାରୀଙ୍କୁ ସେମାନଙ୍କ ଜମାର ପରିପକ୍ୱ ରାଶି ସୁଧ ସହ ଫେରସ୍ତ କରିବା, ନିୟମିତ ବ୍ୟବଧାନରେ ଅସାଧୁ ସଂସ୍ଥାଙ୍କ ଜବତ ସମ୍ପତ୍ତି ବାବଦୀୟ ତଥ୍ୟ ପ୍ରକାଶିତ କରିବା, ଦେଶର ସର୍ବାଧିକ ଜମାକାରୀଙ୍କୁ ଚିତା କାଟି ଫେରସ୍ତ କରି ନଥିବା ସାହାରା ଗ୍ରୁପ ଅଧୀନସ୍ଥ ୪ଟି ସମବାୟ ସଂସ୍ଥା ବିରୋଧରେ ମାମଲା ରୁଜୁ କରିବା, ଜବତ ହୋଇଥିବା ଅସାଧୁ ସଂସ୍ଥାର ସମ୍ପତ୍ତିକୁ ତୁରନ୍ତ ନିଲାମ କରିବା ନେଇ ଜମାକାରୀମାନେ ଦାବି କରିଛନ୍ତି । ଏନେଇ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ରେମୁଣା ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚର ଜିଲ୍ଲା ସଂଯୋଜକ ତପନ କୁମାର ସିଟ, ଭିଟାମାଟି ଆନ୍ଦୋଳନ ନେତା ଅରୁଣ ଜେନା, ମଞ୍ଚର ରେମୁଣା ମୁଖ୍ୟ ଜଳଧର ପ୍ରଧାନ, ରଘୁନାଥ ଦାସ, ଗଙ୍ଗାଧର ସେଠୀ, ବିଧାନ ଚନ୍ଦ୍ର ରାଏ, ପ୍ରଭାକର ଜେନା, ରବୀନ୍ଦ୍ର ପ୍ରଧାନ, ଯତୀନ ପାତ୍ର, ବାସୁଦେବ ପ୍ରଧାନ, ଶୈଳେଶ ଚନ୍ଦ୍ର ସିଂହ, ମଞ୍ଜୁ ସିଂହ, କାଳି ଚରଣ ବିନ୍ଧାଣୀ, ଶିବପ୍ରଶାଦ ଦାସ, ଚନ୍ଦ୍ରକାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ବାଲେଶ୍ୱର ଜିଲାର ପ୍ରତି ତହସିଲରେ ଏହିଭଳି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମ ଜାରି ରହିବ ବୋଲି ମଞ୍ଚର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ