ଜନସ୍ୱାର୍ଥ ମାମଲା କରିବ ସିଭିଲ ସୋସାଇଟି

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସିଭିଲ ସୋସାଇଟିର ବୈଠକ ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ସଭାପତିତ୍ୱରେ ସ୍ଥାନୀୟ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଅନ୍ୟାନ୍ୟ ପ୍ରସଙ୍ଗ ସମେତ ନରହରିପୁର ପ୍ରସ୍ତାବିତ ବସଷ୍ଟାଣ୍ଡ ଜମିରେ କୋଠା ନିର୍ମାଣ ସହ ବିକ୍ରି ନେଇ ପ୍ରଶାସନ ଓ ବ୍ରିଟର ନିଷ୍ପତ୍ତି ସମ୍ପର୍କରେ ଏଥିରେ ବିସ୍ତୃତ ଆଲୋଚନା କରାଯାଇଥିଲା । ତେବେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପାଇବା ପରେ ଏହାକୁ ସାମୂହିକ ପ୍ରତିବାଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଇଥିବା ପ୍ରସ୍ତାବିତ ବସଷ୍ଟାଣ୍ଡର ଜମିରେ କୋଠା ତିଆରି କରି ବିକ୍ରି କରିବା କାହା ସ୍ୱାର୍ଥରେ ବୋଲି ଉପସ୍ଥିତ ସଭ୍ୟମାନେ ପ୍ରଶ୍ନ କରିଥିଲେ । ତେବେ ଗତ ତା ୧୩.୧୨.୨୦୨୨ରିଖରେ ଏ ବାବଦରେ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ପ୍ରଦାନ କରାଯାଇଥିଲା । ମାତ୍ର ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଉପସ୍ଥିତ ସଦସ୍ୟମାନେ ମତ ପ୍ରକାଶ କରିଥିଲେ । ଜିଲାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ପ୍ରତିବାଦ କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏମିତିକି ପ୍ରଶାସନ ତଥା ବ୍ରିଟର ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ପାଇଁ ସର୍ବ ସମ୍ମତ୍ତିକ୍ରମେ ସ୍ଥିରୀକୃତ ହୋଇଛି । ସଭ୍ୟ ସନ୍ତୋଷ କୁମାର ସାହୁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସୋସାଇଟିର ସମ୍ପାଦକ ମନୋଜ କୁମାର ନାୟକଙ୍କ ସମେତ ଲକ୍ଷ୍ମୀଧର ବେହେରା, ବିଜୟ କୁମାର ବେହେରା, ବେଣୁଧର ସାହୁ, ଦାମୋଦର ନାୟକ, ଶ୍ୟାମସୁନ୍ଦର ଜେନା, ସୀତାରାମ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପାତ୍ର ପ୍ରମୁଖ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ