ସାର କାରଖାନା ପ୍ରକଳ୍ପ ପ୍ରସଙ୍ଗ , ଗ୍ରାମ୍ୟ ପରିଚାଳନା କମିଟି ପକ୍ଷରୁ ୪ଟି ସର୍ତ୍ତ ଦେଲେ ପ୍ରଶାସନକୁ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ଛତ୍ରପୁର ତହସିଲ ଅନ୍ତର୍ଗତ କାଳିପଲ୍ଲୀ ଗ୍ରାମ ନିକଟରେ ସ୍ମାର୍ଟକେମ୍ ଟେକ୍ନୋଲୋଜି ନାମକ ଏକ ସାର କାରାଖାନା ପ୍ରତିଷ୍ଠା କୁ ନେଇ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି । ଯାହାଫଳରେ ଏହି ପ୍ରକଳ୍ପର କାମ ବନ୍ଦ ରହିଛି । ସ୍ମାର୍ଟକେମ୍ ଟେକ୍ନୋଲୋଜି’ ସାର କାରାଖାନା ନିର୍ମାଣ ହୋଇପାରିବ କି ନାହିଁ ଅନିଶ୍ଚିତତା ଘେରରେ ରହିଛି । ଗୋଟିଏପଟେ ଏହି ସାର କାରଖାନା ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ବୁଝାଇବାକୁ ବାରମ୍ବାର ଉଦ୍ୟମ ଜାରି ରଖିବା ସହ ଚଳିତ ମାସ ୪ ତାରିଖରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା | ବୈଠକରେ କାରଖାନାକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ୭ଦିନ ମହଲତ ଦିଆଯାଇଥିଲା | ପରେ କାଳୀପଲ୍ଲୀ ଗ୍ରାମ୍ୟ କମିଟି ପକ୍ଷରୁ ଗ୍ରାମରେ ଏକ ବୈଠକ କରି ସେମାନଙ୍କ ନିଷ୍ପତି ଏକ ଲିଖିତ ଆକାରରେ ଜିଲ୍ଲା ପ୍ରଶାସନ ଙ୍କୁ ପ୍ରଦାନ କରିଛନ୍ତି | ଯେଉଁଥିରେ ଡି-ନୋଟିଫିକସେନ୍ ସର୍ଭେ ପାଇଁ ୫ ଜଣିଆ କମିଟି ଗଠନ କରାଗଲା,ଉକ୍ତ କମିଟି ମଧ୍ୟ୍ୟମରେ ସମସ୍ତ ଗ୍ରାମବାସୀଙ୍କ ସର୍ଭେ କରି ମୂଳପଟାଦାରରୁ ଉତ୍ତରାଧିକାରୀ ମାନଙ୍କ ନାମରେ ଏବଂ ଦଖଲରେ ଥିବା ବ୍ୟକ୍ତିଙ୍କ ନାମରେ ପଟା ପ୍ରଦାନ, ମହାରାଷ୍ଟ୍ର ତାଲୋଜା ସ୍ଥିତ କମ୍ପାନୀ ପରିଦର୍ଶନ ନିମନ୍ତେ ଗୋଟିଏ ୫୦ ଜଣିଆ କମିଟି ଗଠନ ହେବା ସହ ଜିଲ୍ଲା ପ୍ରଶାସନ ଆଦେଶ କ୍ରମେ ସେଠାକୁ ଯିବାକୁ ରାଜି ଅଛନ୍ତି, ସେହି କମ୍ପାନୀ ପରିଦର୍ଶନ କରି ଗ୍ରାମକୁ ଫେରସ୍ତ ପ୍ରଯ୍ୟନ୍ତ ସ୍ମାର୍ଟ ଟେକ କମ୍ପାନୀ କାର୍ଯ୍ୟ ବନ୍ଦ ରହିବ, କମ୍ପାନୀ ପରିଦର୍ଶନ ଯିବା ପୃର୍ବରୁ କମ୍ପାନୀ ର ସମ୍ପୃଣ୍ଣ ରିପୋର୍ଟ ପ୍ରଦାନ କରିବାକୁ କାଳୀପଲ୍ଲୀ ଗ୍ରାମ ପରିଚାଳନା କମିଟି ପକ୍ଷରୁ ୪ଟି ସର୍ତ୍ତ ଏକ ଲିଖିତ ଚିଠି ଜିଲ୍ଲା ପ୍ରଶାସନ ଙ୍କୁ ପ୍ରଦାନ କରାଯାଇଛି | ପରେ ଏହି ୪ଟି ସର୍ତ୍ତ ଉପରେ ଜିଲ୍ଲା ପ୍ରଶାସନ ନିଷ୍ପତି ନେବେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ