କେନ୍ଦ୍ରାପଡା ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଓଡିଶାର ବିଭିନ୍ନ ଜିଲ୍ଲାର ଜମିରେ ଜଳବନ୍ଦି ମୁକ୍ତ ପାଇଁ ରାଜ୍ୟସରକାର ୧୯୨୩-୨୪ବର୍ଷରୁ ୨୦୨୭-୨୮ ୫ବର୍ଷ ପର୍ଯ୍ୟନ୍ତ ଡ୍ରେନେଜ ନିର୍ମାଣ ପାଇଁ ୨୨ଶହ କୋଟି ଟଙ୍କାର ଅନୁଦାନକୁ ଅନୁମୋଦନ କରିଛନ୍ତି । ଏଥି ମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ୧୦୭୨କିଲୋମିଟର ଡ୍ରେନେଜ କାର୍ଯ୍ୟ କରାଯିବ ଫଳରେ ୧୬ହଜାର ୫୮୧ହେକ୍ଟର ଜମି ପୁନରୁଦ୍ଧାର ହୋଇପାରିବ । ଏଥିପାଇଁ କେନ୍ଦ୍ରାପଡା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଗରାପୁର ଡାକବଙ୍ଗଳାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛିି । ଡ୍ରେନେଜ ପାଇଁ ୨୦୨୩-୨୪ ବର୍ଷରେ ୮୦୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବେଳେ ୨୦୨୩-୨୪ରୁ ୨୦୨୭-୨୮ ୫ ବର୍ଷ ପାଇଁ ଆହୁରି ୧୪୦୦କୋଟି ଟଙ୍କା ବ୍ୟୟବରାଦକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା ୧୧ହଜାର ୨୫୧ କିମି ଦର୍ଘ୍ୟର ଡ୍ରେନେଜ କାମ କରାଯାଇ ୧୧ଲକ୍ଷ ୪ହଜାର ୨୩୭ ହେକ୍ଟର ଜମିରୁ ଜଳ ବନ୍ଦିମୁକ୍ତ କରାଯିବ । ଏଥିମଧ୍ୟରୁ କେନ୍ଦ୍ରାପଡା ଜିଲ୍ଲାର ୧୦୭୨କିମି ଡ୍ରେନେଜ କାମ କରାଯାଇ ୧୬୫୮୧ହେକ୍ଟର ଜମିରୁ ଜଳ ବନ୍ଦି ମୁକ୍ତ କରାଯାଇ ଜମିକୁ ପୁନରୁଦ୍ଧାର କରାଯାଇ ପାରିବ । ଏହା ଦ୍ୱାରା ଜିଲ୍ଲାରେ ଚାଷ ଜମି ବୃଦ୍ଧି ହେବା ସହିତ ଫସଲ ଆମଦାନି ବୃଦ୍ଧିପାଇବ । ଅନେକ ଚାଷୀ ଉପକୃତ ହୋଇପାରିବେ ବୋଲି ଜିଲ୍ଲା ବିଜୁ ଜନତା ଦଳ ସଭାପତି ଉତ୍କଳ କେଶରୀ ପରିଡା କହିଛନ୍ତି । ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲା ବିଜେଡି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ ସାହୁ, ଜିଲ୍ଲା ବିଜେଡି ଉପସଭାପତି ଦେବଦାସ ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ଶିବ ପ୍ରସାଦ ଭଳ, ଶରତ ବେହୁରା, ନାରାୟଣ ସାହୁ ପ୍ରମୁଖ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।


