ସଦର ତହସିଲ ଆଗରେ ଚିଟଫଣ୍ଡ ଜମାକାରୀଙ୍କ ଗଣ ସତ୍ୟାଗ୍ରହ

ବାଲେଶ୍ୱର, (ସରୋଜ ପଣ୍ଡା):ଚିଟଫଣ୍ଡ ଜମାଅର୍ଥ ଫେରସ୍ତ ଦାବିରେ କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ବାଲେଶ୍ୱର ସଦର ତହସିଲ ସମ୍ମୁଖରେ ମଙ୍ଗଳବାର ଗଣସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । କ୍ଷତିଗ୍ରସ୍ତ ଜମାକାରୀ ଚିହ୍ନଟ ପାଇଁ ସରକାରଙ୍କ ଦ୍ୱାରା ବସିଥିବା ତଦନ୍ତ କମିଶନଙ୍କ ସୁପାରିଶ କ୍ରମେ ଅବିଳମ୍ବେ ପ୍ରତ୍ୟକ ତହସିଲ ଜରିଆରେ ଛୋଟ ବଡ଼ ସମସ୍ତ ଜମାକାରୀଙ୍କୁ ଚିହ୍ନଟ କରିବା, ଓଡିଶା ଜମାକାରୀ ସ୍ୱାର୍ଥ ରକ୍ଷା ଆଇନ-୨୦୧୧ ଭିତ୍ତିରେ ଅସାଧୁ ଅଥ ର୍ଲଗାଣକାରୀ ସଂସ୍ଥା ବିରୋଧରେ ମକଦମା ରୁଜୁ ସହ ତଦନ୍ତ ଆରମ୍ଭ କରିବା, ଜମାକାରୀଙ୍କ ଅର୍ଥରେ ପ୍ରତିଷ୍ଠା ହାଇଥିବା ବିଭିନ୍ନ ପ୍ରତିଷ୍ଠାନ ସମେତ ଅସାଧୁ ସଂସ୍ଥାର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିବା, ଜମାକାରୀଙ୍କୁ ସେମାନଙ୍କ ଜମାର ପରିପକ୍ୱ ରାଶି ସୁଧ ସହ ଫେରସ୍ତ କରିବା, ନିୟମିତ ବ୍ୟବଧାନରେ ଅସାଧୁ ସଂସ୍ଥାଙ୍କ ଜବତ ସମ୍ପତ୍ତି ବାବଦୀୟ ତଥ୍ୟ ପ୍ରକାଶିତ କରିବା, ଦେଶର ସର୍ବାଧିକ ଜମାକାରୀଙ୍କୁ ଚିତା କାଟି ଫେରସ୍ତ କରି ନଥିବା ସାହାରା ଗ୍ରୁପ ଅଧୀନସ୍ଥ ୪ଟି ସମବାୟ ସଂସ୍ଥା ବିରୋଧରେ ମାମଲା ରୁଜୁ କରିବା, ଜବତ ହୋଇଥିବା ଅସାଧୁ ସଂସ୍ଥାର ସମ୍ପତ୍ତିକୁ ତୁରନ୍ତ ନିଲାମ କରିବା ନେଇ ଜମାକାରୀମାନେ ଦାବି କରିଛନ୍ତି । ରାଜ୍ୟର ସମସ୍ତ ତହସିଲରେ ଏହିଭଳି ସତ୍ୟାଗ୍ରହ ଶେଷ ପରେ ଆସନ୍ତା ଏପ୍ରିଲ ମାସ ୧୧ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଜମାକାରୀଙ୍କ ମହାସମାବେଶ ଅନୁଷ୍ଠିତ ହେବ ବୋଲି ସତ୍ୟାଗ୍ରହ ମଞ୍ଚର ଆବାହକ ଜୟନ୍ତ ଦାସ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ସଦର ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ଆବାହକ ଶ୍ରୀ ଦାସଙ୍କ ସମେତ ସଂଯୋଜକ ତପନ କୁମାର ସିଟ, ଯତୀନ ପାତ୍ର, ସୁଧାଂଶୁ ସାହା, ହରିହର ଦାସ, ମୋହନ କିସ୍କୁ, ନୀଳମଣି ବେହେରା, ଗୀତା ବିଶ୍ୱାଳ, ଜ୍ୟୋତ୍ସ୍ନାରାଣୀ ସିଟ, କୁଳମଣି ମଲିକ, ପ୍ରହ୍ଲାଦ ବର୍ମନ, ଦିବାକର ମଲିକ, ପ୍ରଭାକର ଜେନା ପ୍ରମୁ୍‍ଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ