ହତ୍ୟା ଘଟଣାରେ ୫ଜଣଙ୍କୁ ଆଜୀବନ କାରାଦଣ୍ଡ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡାର ଅତିରିକ୍ତ ଜିଲ୍ଲା ଦୌରା କୋର୍ଟର ବିଚାରପତି ଦିଲ୍ଲିପ କୁମାର ବଶ୍ୱ୍‌ାଳ ଖଣ୍ଡପୀଠରେ ଏକ ହତ୍ୟା ଘଟଣାର ଶୁଣାଣି କରି ୫ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସନ୍ତୋଷ ପ୍ରଧାନୀଙ୍କ ହତ୍ୟା ମାମଲାରେ ଆଜିବନ କାରାଦଣ୍ଡ ହୋଇଥିବା ୫ଜଣ ହେଲେଗଙ୍ଗାଧର ପାତ୍ର,ପ୍ରଦୀପ ଦଣ୍ଡସେନା,ବାରାଣାସି ପାତ୍ର,ବିନାୟକ ପାତ୍ର ଓ ଗୋଲୋକ ପୁଜାରୀ । ସରକାରୀ ଓକିଲ ଭାବେ ରବୀନ ଚନ୍ଦ୍ର ସାହୁ ମାମଲାକୁ ପରିଚାଳନା କରୁଥିବା ବେଳେ ଅଭିଯୁକ୍ତ ମାନଙ୍କ ପକ୍ଷରୁ ଓକିଲ ସୁରେନ୍ଦ୍ର ପାତ୍ର ଲଢିଲେ । ସୁଚନାରୁ ପ୍ରକାଶ ଯେ ଗତ ୧୨/୦୩/୨୦୧୪ ମସିହାରେ ବାଲିଗୁଡା ଥାନା ଅନ୍ତର୍ଗତ ବୁଡାଗୁଡା ନେଡିସାହିର ସନ୍ତୋଷ ପ୍ରଧାନୀ ନାସ ଖାଇବାକୁ ଯ୍‌ାଇଥିଲେ । ଏହି ସମୟରେ ପୁର୍ବ ଶତ୍ରୁତା କାରଣରୁ ଗଙ୍ଗାଧରପାତ୍ର,ପ୍ରଦୀପ ଦଣ୍ଡସେନା,ବାରାଣାସି ପାତ୍ର,ବିନାୟକ ପାତ୍ର , ଗୋଲୋକ ପୁଜାରୀ ଓ ସନ୍ତଷ ପାତ୍ର ବଚସା କରି ମରଣାତ୍ମକ ଆକ୍ରମଣ କରିଥିଲେ ଏହି ଖବର ଜାଣିବା ପରେ ତାଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ଯାଇଥିଲେ ଏବଂ ମାଡଖାଇଥିବା ସନ୍ତୋଷ ପ୍ରଧାନୀଙ୍କୁ ଘରକୁ ଆଣିଥିଲେ ଏବଂ ସେ ରକ୍ତ ବାନ୍ତି କରିବାରୁ ତାଙ୍କୁ ମେଡିକାଲକୁ ଆଣିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା ଏହାକୁ ବାଲିଗୁଡା ଥାନାରେ ତାଙ୍କ ପରିବାର ଲୋକେ ଏତଲା ଦେଇଥିଲେ । ଏତଲାକୁ ଭିତି କରି ବାଲିଗୁଡା ଥାନା କେଶ ନଂ ୨୪ ତା ୧୨/୦୩/୨୦୧୪ରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ପୋଲିସ ୬ଜଣଙ୍କୁ କୋର୍ଟ ଚାଲାଣ କରିଥିଲେ ।ଏହାପରେ ଏମାନେ ଜାମିନରେ ଆସିଥିଲେ ।ଏହି ଛଅ ଜଣ ମଧ୍ୟରୁ ଜଣେ ସନ୍ତୋଷ ପାତ୍ରଙ୍କ ମୃତ୍ୟୁ ହୋଇଯାଇଛି ଓ ଅନ୍ୟ ପାଂଚ ଜଣ ଗଙ୍ଗାଧରପାତ୍ର,ପ୍ରଦୀପ ଦଣ୍ଡସେନା,ବାରାଣାସି ପାତ୍ର,ବିନାୟକ ପାତ୍ର , ଗୋଲୋକ ପୁଜାରୀଙ୍କୁ ଦୋଷି ସାବସ୍ତ ହେବା ପରେ କୋର୍ଟ ଚାଲାଣ କରା୍‌ାଇଛି ବୋଲି ସରକାରୀ ଓକିଲ ରବୀନ ଚନ୍ଦ୍ର ସାହୁ ସୁଚନା ଦେଇଛନ୍ତି । ସୁଚନା ଥାଉକି କୋର୍ଟର କେଶ ନଂ ଏସ.ଟି ନଂ୯୫/୨୦୧୪

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ