ତୁଣ୍ଡୁରା ହାଇସ୍କୁଲର ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ତୁଣ୍ଡୁରା ହାଇସ୍କୁଲର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଶିକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଆୟୁଷ ବିକାଶ ମଞ୍ଚର ସମ୍ପାଦକ ହିମାଂଶୁ ଶେଖର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ସଫଳତାର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସାର୍ପ ମାଇଣ୍ଡ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସଦାନନ୍ଦ ପତି ଓ ପ୍ରାଧ୍ୟାପକ ବିକାଶ ମିଶ୍ର ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତିଗତ ସଫଳତା ପାଇଁ କୋଠର ଅଧ୍ୟବସାୟ ସାଙ୍ଗକୁ ଶୃଙ୍ଖଳିତ ହେବାକୁ ଛାତ୍ରଛାତ୍ରୀଙ୍କୁ କହିଥିଲେ । କୃତୀ ଛାତ୍ରଛାତ୍ରୀଙ୍କୁ ଏହିଅବସରରେ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ବିଦ୍ୟାଳୟର ପରିଚାଳନା କମିଟିର ସଭ୍ୟସଭ୍ୟା ଓ ସ୍ଥାନୀୟଅଞ୍ଚଳର ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ପୀତବାସ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଯୋଗେନ୍ଦ୍ର ନାଥ ଦାଶ, ଭାବେନ୍ଦ୍ର ଶତପଥୀ, ବଂଶୀଧର ଦତ୍ତ, ପରମାନନ୍ଦ ସେଠୀ, ମନୋରଞ୍ଜନ ବେହେରା, ଗଜେନ୍ଦ୍ର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


