ରାଜ୍ୟ ନିର୍ବାଚନ ଆୟୋଗଙ୍କ ଛତ୍ରପୁର ଗସ୍ତ

ଛତ୍ରପର , (ଯୁଗାବ୍ଦ ନ୍ୟୁଜ) : ରାଜ୍ୟ ନିର୍ବାଚନ ଆୟୋଗ ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଏକ ସମୀକ୍ଷା କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଗଜପତି ଜିଲ୍ଲାକୁ ଗସ୍ତ ବେଳେ ଶୁକ୍ରବାର ଦିନ ଛତ୍ରପୁର ଠାରେ କିଛି ସମୟ ପାଇଁ ରହିଥିଲେ । ଛତ୍ରପୁର ସର୍କିଟ ହାଉସ୍ ଠାରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ବାଚନ ଆୟୋଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହିତ ଜିଲ୍ଲାରେ ଗତ ୨୭ ତାରିଖରେ ୧୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌, କେଶପୁର ଓ ବର୍ତ୍ତିନୀ ପଞ୍ଚାୟତ ସମିତି ସଭ୍ୟ ପଦବୀର ଉପନିର୍ବାଚନ ସୁରୁଖୁରରେ ପରିଚାଳନା ଏବଂ ଜିଲ୍ଲାରେ ଭୋଟର ତାଲିକା ଗୁଡିକୁ ଯାଞ୍ଚ କାର୍ଯ୍ୟକ୍ରମ ସମ୍ବନ୍ଧରେ ରାଜ୍ୟ ନିର୍ବାଚନ ଆୟୋଗ ଶ୍ରୀ ପାଢୀ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଜିଲ୍ଲା ପଞ୍ଚାୟତ ଅଧିକାରୀ ଧର୍ମାନନ୍ଦ ସେଠୀଆ, ସହକାରୀ ନିଜାରତ ନିରଜଂନ ଚୌଧୂରୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ