ମାରଦା ମହୋତ୍ସବରୁ ଚୋରି ବାଇକ ଉଦ୍ଧାର, ଦୁଇ ଗିରଫ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ବାଇକ ଉଦ୍ଧାର ହୋଇଥିବା ଜଣାପଡିଛି। ପୋଲସରା ପୋଲିସ ଥାନା ଅନ୍ତର୍ଗତ ପୋଲସରା ଲୁଣିଘାଟି ପଡିଆରେ ଅନୁଷ୍ଠିତ ମାରଦା ମହୋତ୍ସବର ପ୍ରଥମ ଦିବସ ସନ୍ଧ୍ୟାରେ ଜଣେ ଦର୍ଶକଙ୍କ ଏକ ବାଇକ ଓଆର ୦୭ କେ ୫୯୭୧ ଚୋରି ହୋଇଥିଲା।ବାଇକ ମାଲିକ ଢୁଙ୍କାପଡା ଗ୍ରାମର ସୁଶାନ୍ତ ପୋଲେଇ ପୋଲସରା ପୋଲିସ ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ। ଏନେଇ ପୋଲସରା ଥାନା କେଶ ନମ୍ବର ୯୦/୨୩ ରେ ଏକ ମାମଲା ରୁଜୁ ହୋଇ ଏସ.ଆଇ. ସୁସ୍ମିତା ପଣ୍ଡା ତଦନ୍ତ ଭାର ଗ୍ରହଣ କରିଥିଲେ।ପୋଲସରା ପୋଲିସ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ସିସି ଟିଭି ଯାଞ୍ଚ କରି କିଛି ସୁରାକ ପାଇଥିଲେ। ଆଜି ମଥୁରାରୁ ଚୋରି ବାଇକରେ ପୋଲସରା ଥାନା ମଥୁରା ଗ୍ରାମର ଉତ୍ତମ ନାହାକ ଓ କବିସୂର୍ଯ୍ୟ ନଗର ଥାନା ଦେଓଗାଁ ଗ୍ରାମର ସୁକାନ୍ତ ନାହାକ ଯାଉଥିବା ବେଳେ ମାରଦା ମନ୍ଦିର ଛକରେ ପୋଲିସ ଯାଞ୍ଚରେ ଧରାପଡିଥିଲେ। ପୋଲିସ ଚୋରି ବାଇକ ଉଦ୍ଧାର କରିବା ସହ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ମଲ୍ଲିକ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ