ବିବେକାନନ୍ଦ ସ୍କୁଲର ବାର୍ଷିକଉତ୍ସବ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ସ୍ଥିତ ରାମଲକ୍ଷ୍ମୀନଗର ତୃତୀୟ ଲାଇନ ରେ ଥିବା ବିବେକାନନ୍ଦ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ସ୍ଥାନୀୟ ଜିଲ୍ଲା ସଂସ୍କୃତିଭଵନ ପରିସର ରେ ସ୍କୁଲ ର ମୁଖ୍ୟ ତଥା ଚ୍ୟାୟରମ୍ୟାନ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଛତ୍ରପୁର ବିଡ଼ିଓ ଶାରଦା ପ୍ରସନ୍ନ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ, ମୁଖ୍ୟଵକ୍ତା ଭାବେ ଛତ୍ରପୁର କେନ୍ଦ୍ରୀୟବିଦ୍ୟାଳୟ ର ପିନ୍ସପାଲ ରାଜେନ୍ଦ୍ର କୁମାର ପଣ୍ଡା ଏବଂ ସମ୍ମାନିତ ଅତିଥି ଭାବେ ସିଆରସିସି ସୁକାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ, ଏହି ଅବସର ରେ ପୂର୍ବରୁ ସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବିତରଣ ପ୍ରଦାନ କରାଯାଇଥିଲା, ପ୍ରାରମ୍ଭ ରେ ସ୍କୁଲ ର ପ୍ରିନସିପାଲ ନୀଲିମା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ, ଶେଷରେ ସ୍କୁଲ ର କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସଂlସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା


