ଶିବରାତ୍ରିରେ ସଲମନ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଜିଲ୍ଲା ସ୍ତରୀୟ ନୃତ୍ୟ ପ୍ରତିଯୋଗିତା
ଛତ୍ରପୁର, (ଦେବଦତ୍ତ ମହାରଣା):ମହାଶିବରାତ୍ରି ଉପଲକ୍ଷେ ଛତ୍ରପୁରର ପ୍ରସିଦ୍ଧ ଶୈବପୀଠ ବିରେଶ୍ବର ମନ୍ଦିର ନିକଟରେ ସଲମନ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ନୃତ୍ଯ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ସଲମନ ବାଙ୍ଗାରିଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ଯ ଏସ ରେଖା ମହାନ୍ତି, ପୂର୍ବତନ ଛତ୍ରପୁର ବିଧାୟକ ଏନ ନାରାୟଣ ରେଡ୍ଡୀ, ଛତ୍ରପୁର ବ୍ଳକ କଂଗ୍ରେସ ସଭାପତି ଅବନୀ ଶତପଥୀ, ରାମାୟାଣାମ୍ମା ଯାତ୍ରା କମିଟି ଅଧ୍ୟକ୍ଷ କେ ଚନ୍ଦ୍ର ଶେଖର ରେଡ୍ଡୀ ଓ ଯୁବ ବ୍ୟବସାୟୀ ବି ଶଙ୍କର ରେଡ୍ଡୀ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଶତାଧିକ ନୃତ୍ୟଶିଳ୍ପୀ ଜୁନିଅର, ସିନିୟର ଓ ଦଳଗତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ ଡି ସୁରେଶ ରେଡ୍ଡୀ ଓ ଉଜେଶ ରାଓ ବିଚାରକ ଭାବେ ଯୋଗ ଦେଇଥିଲେ। ଜୁନିଅର ସୋଲୋ ନୃତ୍ୟରେ ଖଲ୍ଲିକୋଟର ରହିନା ସସ୍ମିତ ପ୍ରଥମ, ବ୍ରହ୍ମପୁରର ପ୍ରୀତ ପଣ୍ଡା ଦ୍ବିତୀୟ ଓ ଗଞ୍ଜାମର ଅଙ୍କିତା ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ସିନିୟର ବର୍ଗରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଲୋହାର ଖାନ ପ୍ରଥମ, ବ୍ରହ୍ମପୁରର ଫିଲ ଅଲ୍ଲୀ ଦ୍ବିତୀୟ ସ୍ଥାନ ଓ ବ୍ରହ୍ମପୁରର ଅଜୟ କୁମାର ତୃତୀୟ ସ୍ଥାନ ହାସଲ କରିଥିଲେ। ଦଳଗତ ପ୍ରଦର୍ଶନରେ ବ୍ରହ୍ମପୁରର ଡିସ୍କୋ ଏଣ୍ଡ ଫଙ୍କ ଗ୍ରୁପ ପ୍ରଥମ, ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ଜୁନିଅର ଦ୍ବିତୀୟ, ଖଲ୍ଲିକୋଟର ଏମଟି ଗ୍ରୁପ ତୃତୀୟ ଓ ଗୋପାଳପୁରର ମହମ୍ମଦ ଡ୍ୟାନ୍ସ ଗ୍ରୁପ ଚତୁର୍ଥ ସ୍ଥାନ ହାସଲ କରିଥିଲେ। ବିଜୟୀ ସମସ୍ତ କଳାକାରଙ୍କୁ ଓକେସିଏଲର ଗଞ୍ଜାମ ଜିଲ୍ଲାର ମୁଖ୍ଯ ଏସ ରେଖା ମହାନ୍ତି ପୁରସ୍କୃତ କରିବା ସହ ବିଚାରକ, ଉଦଘୋଷକ, ବିଦ୍ୟୁତ, ମଞ୍ଚସଜ୍ଜା ଓ ସହଯୋଗୀଙ୍କୁ ସମ୍ମାନୀତ କରିଥିଲେ। ଆରକେ ଓ ଅଞ୍ଜଳି କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସଭାନେତ୍ରୀ ସୁଜାତା ନାଏକ, ସମ୍ପାଦିକା ସୁବାସିନୀ ପାତ୍ର, କୋଷାଧ୍ୟକ୍ଷ ପ୍ରଶାନ୍ତ ନାଏକ ଓ ଅମିତ ବାଙ୍ଗାରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


