କୋହଲା ନୃତ୍ୟ କରି ଅଷ୍ଟ ଶମ୍ଭୁ ଦର୍ଶନ କଲେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟମ କଳା କେନ୍ଦ୍ରର ଦାସୁଡୁ ମାନେ
ଛତ୍ରପୁର, (ଦେବଦତ୍ତ ମହାରଣା):ମହାଶିବରାତ୍ରୀ ଉପଲକ୍ଷେ ଛତ୍ରପୁର ବ୍ଲକ କାଳିଆବାଲି ସ୍ଥିତ ଘଡଘଡାପଲ୍ଲୀର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟମ କଳା କେନ୍ଦ୍ର ପକ୍ଷରୁ ସଭାପତି ତଥା ଜୟଦେବ ପୁରସ୍କାର ପ୍ରାପ୍ତ ବଡ ଦାସୁଡୁ ଆତ ସତ୍ୟମ ରେଡ୍ଡୀ ଙ୍କ ନେତୃତ୍ୱରେ ଅନୁଷ୍ଠାନର କଳାକାର ମାନେ ହାତରେ କୋହଲା ଧରି ନୃତ୍ୟ କରି ଅଷ୍ଟଶମ୍ଭୁ ପରିକ୍ରମା କରିଥିଲେ । ପ୍ରଥମେ ସ୍ଥାନୀୟ ପୁତିଗୋପାଳପୁର ସ୍ଥିତ ବିଶ୍ୱେଶ୍ୱର ମନ୍ଦିର ପରେ ନୀଳକଣ୍ଠେଶ୍ୱର , ଲକ୍ଷ୍ମୀନୃସିଂହ ମନ୍ଦିର , ରାମାୟାଣାମ୍ମା ଠାକୁରାଣୀ, ଜଗନ୍ନାଥ ମନ୍ଦିର , ଚନ୍ଦ୍ରଶେଖର , ଆଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୈାରୀ ଶଙ୍କର , ପାଲିଆ ଛତ୍ରପୁର ଗ୍ରାମ ଶିବ ମନ୍ଦିର ସମେତ ବହୁ ଶୈବପୀଠ ବୁଲି କୋହଲା ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଚମାଖଣ୍ଡି ଛକ ସ୍ଥିତ ମଲ୍ଲିକେଶ୍ୱର ମନ୍ଦିରରେ ପହଞ୍ଚି ମହାପ୍ରଭୂଙ୍କ ଦର୍ଶନ କରି ମହାଦୀପ ଦେଖିଥିଲେ । ଆର . ସତ୍ୟମ ରେଡ୍ଡୀ ଗଂଜାମ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ମନ୍ଦିର ଏବଂ କଳା ସଂସ୍କୃତି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ବହୁବାର ବିଭିନ୍ନ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଏହାସହିତ ଖୁବ କମ୍ ଦିନରେ ଏକ ସଂସ୍ଥା ପକ୍ଷରୁ ଜାତୀୟ କଳାରତ୍ନ ପୁରସ୍କାର ପାଇଥିଲେ । ସେଥି ସକାଶେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।


