ଝାଡଖଣ୍ଡରେ ଜାରିରହିଛି ଦ୍ୱିତୀୟ ପର୍ଯ୍ୟ।ୟ ଭୋଟ
ଝାଡଖଣ୍ଡ- ଜାରିରହିଛି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଦ୍ୱିତୀୟ ପର୍ଯ୍ୟ।ୟ ଭୋଟ ଶନିବାର ଦିନ ଆରମ୍ଭ ହୋଇଯାଇଛି। ଏଥିପାଇଁ ନକ୍ସଲପ୍ରବଣ ଅଞ୍ଚଳରେ ଶାନ୍ତିପୂର୍ଣ ଭାବରେ ନିର୍ଵାଚନ ନେଇ ସୁରକ୍ଷା ବାହୀନିଙ୍କୁ ନିୟୋଜିତ କରାଯାଇଛି,କିନ୍ତୁ ପ୍ରଥମ ପର୍ଯ୍ୟ।ୟ ସଫଳତା ପରେ ଯବାନମାନଙ୍କର ଉତ୍ସାହ ଭରପୁର ରହିଛି। ଦ୍ୱିତୀୟ ପର୍ଯ୍ୟ।ୟରେ ବିଧାନସଭାର ୨୦ ଟି ସିଟ ପାଇଁ ମତଦାନ କରାଯିବ,ଯେଉଁଥିରେ ୧୨ ଟି ସମ୍ପୁର୍ଣ ନକ୍ସଲ ପ୍ରବଣ ଅଟେ। ଏହି ଅଞ୍ଚଳରେ ସୁରକ୍ଷାବାହୀନିଙ୍କର ଧମକରେ ନକ୍ସଲ ମାନେ ଶାନ୍ତ ହୋଇରହିଛନ୍ତି। ଜାତୀୟ ରାଜପଥରେ ପେଟ୍ରୋଲିଂ,ସହରରେ ମଧ୍ୟ ପେଟ୍ରୋଲିଂ ଜାରି ରହିଛି।