ଓଏମସି ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର
ହାଟଡ଼ିହି, (ବିକାଶ ବିଶ୍ୱାଳ):ଓଏମସି ବାଙ୍ଗୁର ମାଇନ୍ସ ପକ୍ଷରୁ ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ଟିଲଗଡିଆ ଗ୍ରାମରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମାଇନସ ମ୍ୟାନେଜର ସୁଶାନ୍ତ କୁମାର ନାଇକ, ସିଏସଆର ମଧୁସ୍ମୀତା ଦାସ, ଡେପୁଟି ମ୍ୟାନେଜର ମାଇନ୍ସ ପିଙ୍କି ହେମ୍ରମ ପ୍ରମୁଖ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଶିବିରରେ ଡାକ୍ତର ଅର୍ଚ୍ଚନା ସାହୁ, ଫାର୍ମାସିଷ୍ଟ ଭାସ୍କର ମହାନ୍ତି, ନର୍ସ ସ୍ମରଣୀକା ପାତ୍ର, ଆଟେଣ୍ଡାଣ୍ଟ ତଥା ଟେକନିସିଆନ ସୁକୁମାର ତ୍ରିପାଠୀ ପ୍ରମୁଖ ଯୋଗଦେଇ ୧୫୪ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଔଷଧ ଦେଇଥିଲେ । ମୃତ୍ୟୁଞ୍ଜୟ ସାହୁ, ନରେନ୍ଦ୍ର ବେହେରା, ବଳରାମ ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।