ପୃଷ୍ଟିକାର ଖାଦ୍ୟରୁ ବଂଚିତ ଘଟଣାରେ ସିଡିପିଓଙ୍କ ତଦନ୍ତ
ଛତ୍ରପୁର, (ଦେବଦତ୍ତ ମହାରଣା):ପୃଷ୍ଟିକାର ଖାଦ୍ୟରୁ ଶିଶୁମାନେ ବଂଚିତ ଘଟଣାରେ ସିଡିପିଓଙ୍କ ତଦନ୍ତ । ଛତ୍ରପୁର ସିଡିପିଓ ପ୍ରଣମିତା ପଣ୍ଡା ଓ ସୁପରଭାଇଜର ଅଙ୍ଗନାବାଡିକେନ୍ଦ୍ରରେ ପହଂଚି ଯାଂଚ କରିଫେରିଛନ୍ତି । ଛତ୍ରପୁର ଏନଏସିର ୧୧ ନଂ ୱାର୍ଡ ଗୋପବନ୍ଧୁନଗରରେ ଥିବା ଅଙ୍ଗନାବାଡି କେନ୍ଦ୍ରରେ ଦିନେ ନୁହେ କି ଦୁଇ ଦିନ ନୁହେଁ ଆଜିକୁ ୮ମାସ ହେଲାଣି ଅଙ୍ଗନାବାଡିକେନ୍ଦ୍ରରେ ପିଲାଙ୍କୁ ମିଳୁନାହିଁ ରନ୍ଧା ଖାଦ୍ୟ,ଅଣ୍ଡା ମିଳୁନଥିଲା କେବଳ ପିଲାଙ୍କୁ ନୁହେଁ ଗର୍ଭବତୀ ମହିଳା , ଜନ୍ମରୁ ୬ ବର୍ଷ ଶିଶୁ ,ପ୍ରସୂତି ମହିଳାମାନେ ଏହି ସବୁ ଯୋଜନାରୁ ବଚିଂତ ହେଉଥିଲେ । ଏହି ଘଟଣାକୁ ସବୁ ଅଧିକାରୀମାନେ ସବୁ ଜାଣି ନଜାଣିଲା ପରି ରହି ସବୁ ଚୁପ ବସୁଛନ୍ତି । ଏନେଇ ବାରମ୍ବାର ସ୍ଥାନୀୟ କାଉନସିଲର ସନ୍ତୋଷି ସେଠୀ ଛତ୍ରପୁର ଉପଜିଲାପାଳ,ଜିଲା ସମାଜ ମଙ୍ଗଳ ଅଧିକାରୀ ,ସିଡିପିଓଙ୍କୁ ଅବଗତ କରାଯାଇଥିଲେ ବି କୈାଣସି ସୁଫଳ ମିଳିନଥିଲା । ଘଟଣା କଣ ସବୁ ରହସ୍ୟ ରହିଛି ତାହା ଜାଣିବାପାଇଁ ସିଡିପିଓ ଓ ସୁପରଭାଇଜର ଦୁହେଁ କେନ୍ଦ୍ରକୁ ଆସିଥିଲେ, ପରେ ଅଙ୍ଗନାବାଡିକର୍ମୀ ଓ ସ୍ଥାନୀୟ କାଉନସିଲର ଉପସ୍ଥିତିରେ ଏହାର କିପରି ସମାଧାନ ହେବ ସେନେଇ ଏକ ଆଲୋଚନା କରିଥିଲେ । ଏପରିକି ସେଠାକାର ମାଁ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । କାଉନସିଲର କହିବା ମୁତାବକ ଅଙ୍ଗନାବାଡିକର୍ମୀ ଓ କାଉନସିଲରଙ୍କ ଯୁଗ୍ମ ବ୍ୟାଙ୍କ ଖାତା ରହିଛି । ଖାତାକୁ ପ୍ରତି ହିତାଧିକାରୀଙ୍କ ହିସାବରେ ସରକାରଙ୍କ ପକ୍ଷରୁ ଟଙ୍କା ପ୍ରଦାନ କରାଯାଇଥାଏ । ମାତ୍ର କେତେ ସଂଖ୍ୟକ ପିଲାମାନେ ପଢୁଛନ୍ତି ଏବଂ କେତେ ସଂଖ୍ୟକ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବିଭିନ୍ନ ସାମଗ୍ରୀ କେତେ ଜଣ ନେଉଛନ୍ତି ଏନେଇ କର୍ମୀଙ୍କୁ ତଥ୍ୟ ମାଗିଲେ କୁଣ୍ଠାବୋଧ କରୁଛନ୍ତି ଅଙ୍ଗନାବାଡିକର୍ମୀ ବୋଲି କାଉନସିଲର କହିଥିଲେ । ଏପରିକି ଉପସ୍ଥାନ ଖାତା,ମାତୃ କମିଟି ଅଛିକି ନାହିଁ ପଚାରିଲେ କର୍ମୀଜଣକ ବିରକ୍ତି ହେଉଥିବା କହିଥିଲେ, ମୋତେ ଅଙ୍ଗନାବାଡିକର୍ମୀଜଣକ ସଠିକ ତଥ୍ୟ ଦେଉନଥିବାରୁ କିପରି ବ୍ୟାଙ୍କ ଖାତାରେ ଟଙ୍କା ଉଠାଇବାପାଇଁ ଦସ୍ତଖତ ଦେବି ବୋଲି ସେ କହିଥିଲେ । ଯାହାଫଳରେ ଦୁହିଁଙ୍କ ଭିତରେ ତୁତୁମେମେ ରେ ନିରିହ ହିତାଧିକାରୀମାନେ ଏହି ସବୁ ପୃଷ୍ଟିକାର ଖାଦ୍ୟରୁ ବଚିଂତ ହେଉଛନ୍ତି । ଆଗାମି ଦିନରେ କିପରି ଦୁହେଁ ମିଳିମିଶି କାମ କରିବେ ଉଭୟଙ୍କୁ ସିଡିପିଓ ବୁଝାଇଥିଲେ । କାଉନସିଲରଙ୍କୁ ସମସ୍ତ ତଥ୍ୟ ଦିଆଯିବ ବୋଲି ସିଡିପିଓଙ୍କ ପକ୍ଷରୁ କୁହାଯାଇଛି । ସମସ୍ତ ତଥ୍ୟ ମିଳିଲେ ସେ ଦସ୍ତଖତ କରିବାକୁ ରାଜିଅଛନ୍ତି ବୋଲି କହିଥିଲେ । କୈାଣସି ପିଲା କିମ୍ବା ହିତାଧିକାରୀଙ୍କ ଯେପରି ସରକାରଙ୍କ ସହୟତା ବଚିଂତ ଯେପରି ନହେବେ ଦୁହେଁ ସଠିକ ବୁଝାମଣା କରି ଆଗକୁ ମିଳିମିଶି କାମ କରିବାକୁ ସିଡିିପିଓ କହିଥିଲେ । ଏପରିକି ପୂର୍ବରୁ ସଠିକ ଭାବେ କେନ୍ଦ୍ର ଖୋଲାଯାଉନଥିଲା ଏବଂ କିଛି ମାସ ହେଲେ ଖୋଲାଯାଉଛି ବୋଲି ଉପସ୍ଥିତ ମା ମାନେ କହିଥିଲେ ଦୁହେଁ ଏହାର ଏହି ସମସ୍ୟାର ସମାଧାନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ ।