ସଂଧ୍ୟା ୭ଟାରେ ପହଞ୍ଚିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ସଂଧ୍ୟା ୭ଟାରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେଥିପାଇଁ ପୂରା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସେ ରାଜଭବନରେ ରାତ୍ରୀ ଯାପନ କରିବାର କାର୍ଯ୍ୟକ୍ରମ ରହିଛି। ୮ ତାରିଖ ସକାଳ ୯ଟା ୫୦ରେ ସେ ଖୋର୍ଦ୍ଧା ବରୁଣେଇ ପାହାଡ ସ୍ଥଳକୁ ଯାଇ ସେଠାରେ ପାଇକ ବିଦ୍ରୋହ ସୃତିସ୍ଥଳର ଶିଳାନ୍ୟାସ କରିବେ। ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ସହିଦ ସ୍ମାରକୀର ଶିଳାନ୍ୟାସ କରାଯିବ। ତା’ ପର ଦିନ ୧୨ଟା ୩୫ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବ୍‌ଲି ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାସହ ବିମାନବନ୍ଦରରୁ ରାଜଭବନ ଯାଏ କାରକେଡ୍‌ ରିହର୍ସାଲ କରାଯାଇଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ