ତଦନ୍ତ ଆରମ୍ଭ କଲେ ଜାତୀୟ ମାନବାଧିକାର କମିଶନ

ହାଇଦ୍ରାବାଦ ଗଣଦୁଷ୍ମର୍ମ ମାମଲାରେ ଚାରି ଅଭିଯୁକ୍ତ ଙ୍କୁ ପୁଲିସ ଏନକାଉଣ୍ଟର କରିବାପରେ ଏବେ ଏହି ମାମଲା ପହଞ୍ଚଛି ସୁପ୍ରିମକୋର୍ଟରେ । ଏହି ଘଟଣାକୁ ନେଇ ଦୁଇ ଆଇନଜୀବି ଜି.ଏସ. ମଣି ଏବଂ ପ୍ରଦୀପ କୁମାର ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରିଛନ୍ତି । ସେମାନେ ଏଥିରେ ଉଲ୍ଲେଖକରିଛନ୍ତି ଯେ, ପୁଲିସ ବିରୋଧରେ ମାମଲା ରୁଜୁ କରି ତଦନ୍ତ ହେବା ଆବଶ୍ୟକ ତା ସହିତ ଏହି ଦୁଇ ଆଇନଜୀବି କହିଛନ୍ତି ୨୦୧୪ରେ ସୁପ୍ରିମକୋର୍ଟ ଦେଇଥିବା ଗାଇଡ୍ ଲାଇନସ୍‌ ପାଳନ କରାଯାଇ ନାହିଁ। କୋର୍ଟ ଙ୍କ ଅଧିନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏହାର ଅନୁଧ୍ୟାନ କରିବା ଆବଶ୍ୟକ ବୋଲି କହିଛନ୍ତି । ତା ସହିତ ଆଜି ଜାତୀୟମାନବାଧିକାର କମିଶନ ଏନକାଉଣ୍ଟର ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ