ଫିରିଙ୍ଗିଆରେ ରାଜ୍ୟସ୍ତରୀୟ ଲୋକ କଳା ମହୋତ୍ସବ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ନୋଡାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ ଲୋକ କଳା ମହୋତ୍ସବ ୨୦୨୩ ଅନୁଷ୍ଠିତ ହୋଇଛି। ଅକ୍ଷୟ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ କଳା କାର ସଂଘ ସଭାପତି ପ୍ରଭାତ ବିଶ୍ବାଳ ଯୋଗ ଦେଇ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର , ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ରୋଦନ ମଲିକ , ବିଜେଡି ଜିଲା ସଭାପତି ପୂନମ୍ କହଁର , ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର, ବ୍ଲକ ସଭାପତି ବିଷ୍ଣୁ ଚରଣ ମଲିକ, ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସହ ବିଭିନ୍ନ ଅଞ୍ଚଳରୁ ଅତିଥିମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ସ୍ଥାନୀୟ ଗାୟତ୍ରୀ ମନ୍ଦିରରୁ ବାହାରି ପିତାବଳୀ ମନ୍ଦିର ଠାରୁ ମଶାଲ ଶୋଭାଯାତ୍ରା ପରେ ସ୍ଥାନୀୟ ଖେଳ ପଡ଼ିଆରେ ମହୋତ୍ସବ ଅନୁଷ୍ଠିତ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କଳାକାର ସଂଘ ସଂଯୋଜକ ସନ୍ତୋଷ କୁମାର ପାତ୍ର, କୁଇ ସମାଜ ସେବା ସମିତି ସଭାପତି ଫୁଲବାଣୀ ସୁଦର୍ଶନ କହଁର, ମୌସୁମୀ ପ୍ରଧାନ, ଲକ୍ଷ୍ମୀଧର ସାହୁ, ରବୀନ୍ଦ୍ର କହଁର ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କଂସଦେବ ସାହୁ , ସଞ୍ଜୟ ଦୀଗାଳ, ପୂର୍ଣ୍ଣ ଦିଗାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ