ସାମ୍ବାଦିକଙ୍କ ଜନ୍ମ ଦିନରେ ଯୁବକ ସଂଘର ରକ୍ତଦାନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନିଜର ୩୯ ତମ ଜନ୍ମ ଦିବସକୁ ଏକ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ସାମ୍ବାଦିକ ଜଗନ୍ନାଥ ନାୟକ I ସୁଚନା ପ୍ରକାରେ ଦୈନିକ ଖବର କାଗଜ ସମୟର ବେଲଗୁଣ୍ଠା ବ୍ଳକ୍ ପ୍ରତିନିଧି ଜଗନ୍ନାଥ ନାୟକଙ୍କ ଜନ୍ମଦିନରେ ଜଗନ୍ନାଥଙ୍କ ସମେତ ତାଙ୍କ ଗ୍ରାମ ଖଇରପୁଟିର ମହାଦେବ ଯୁବକ ସଂଘର ସଦସ୍ୟ ମାନେ ସ୍ଵେଚ୍ଛାକୃତ ରକ୍ତଦାନ କରିଛନ୍ତି I ଆଜି ସାମ୍ବାଦିକ ଜଗନ୍ନାଥଙ୍କ 39 ତମ ଜନ୍ମଦିନ ଥିବାରୁ ନିଜେ ଜଗନ୍ନାଥ ଏବଂ ଖଇରପୁଟି ମହାଦେବ ଯୁବକ ସଂଘର ସଦସ୍ୟମାନେ ଭଞ୍ଜନଗର ମେଡିକାଲ୍ ର ରକ୍ତଭଣ୍ଡାରକୁ ଯାଇଥିଲେ l ସେଠାରେ ଜଗନ୍ନାଥ ନିଜେ ସ୍ଵେଚ୍ଛାକୃତ ରକ୍ତଦାନ କରିବା ପରେ ଯୁବକ ସଂଘର ଅନ୍ୟ ନଅ ଜଣ ସଦସ୍ୟ ମଧ୍ୟ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I ଯୁବକ ସଂଘ ତରଫରୁ ଦଶ ୟୁନିଟ୍ ରକ୍ତଦାନ କରାଯାଇଥିଲା ଜୀବନ ପାଇଁ ରକ୍ତ ଏକ ବିକଳ୍ପଟି ହୀନ ସାମଗ୍ରୀ ହୋଇଥିବାରୁ ଆଗାମୀ ଦିନର ମହାଦେବ ଯୁବକ ସଂଘର ଅନ୍ୟ ସଦସ୍ୟାମାନଙ୍କ ଜନ୍ମ ମଧ୍ୟ ସ୍ଵେଚ୍ଛାକୃତ ରକ୍ତଦାନ କରାଯିବ ବୋଲି ସାମ୍ବାଦିକ ଶ୍ରୀ ନାୟକ ପ୍ରକାଶ କରିଛନ୍ତି I ସାମ୍ବାଦିକ ଶ୍ରୀ ନାୟକ ଏବଂ ତାଙ୍କ ଗ୍ରାମର ମହାଦେବ ଯୁବକ ସଙ୍ଘର ଏହିଭଳି ଜନହିତକର କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି l ଜଗନ୍ନାଥଙ୍କୁ ବିଭିନ୍ନ ଅନୁଷ୍ଠାନ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି l ଆଜି ସ୍ଵେଚ୍ଛାକୃତ ରକ୍ତଦାନ ସମୟରେ ସାମ୍ବାଦିକ ଜଗନ୍ନାଥଙ୍କ ନିକଟରେ ବେଲଗୁଣ୍ଠା ଏବଂ ଭଞ୍ଜନଗରର ବହୁ ସାମ୍ବାଦିକ ମଧ୍ୟ ଉପସ୍ଥିତ ରହି ଜଗନ୍ନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ମହାଦେବ ଯୁବକ ସଂଘର ସଦସ୍ୟାମାନଙ୍କୁ ଉତ୍ସାହିତ କରିଥିଲେ I