ବ୍ରହ୍ମପୁର ଆଇଟିଆଇ ଛାତ୍ରଙ୍କ ସଫଳତା
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି ବ୍ରହ୍ମପୁରସ୍ଥିତ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ଦ୍ୱାରା ବର୍ଜ୍ୟବସ୍ତୁରେ ନିର୍ମିତ ସର୍ବବୃହତ ଜିରାଫ ପ୍ରତିକୃତି । ଦକ୍ଷତା ବିକାଶ ଅଭିଜାନରେ ଉକ୍ତ ପ୍ରତିଷ୍ଠାନରେ ଅଧ୍ୟକ୍ଷ ଡ. ରଜତ କୁମାର ପାଣିଗ୍ରାହୀଙ୍କ ପ୍ରୋତ୍ସାହନରେ ଫିଟର ଟ୍ରେଡର ତାଲିମଦାତା ଅନିଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ୩୫ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ୨୨ ଦିନରେ ଜିରାଫର ଏକ ବିଶାଳ ପ୍ରତିକୃତି ନିର୍ମାଣ କରାଯାଇଥିଲା । ଯାହାର ଉଚ୍ଚତା ୩୨ଫୁଟ, ଓସାର ୨୨ ଫୁଟ ଏବଂ ଓଜନ ପ୍ରାୟ ୨ହଜାର କେଜି ରହିଛି । ଏହାକୁ ରାଜ୍ୟ ଦକ୍ଷତା ବିକାଶ ବିଭାଗର ଅଧ୍ୟକ୍ଷ ସୁବ୍ରତ ବାଗଚି ଦେଖିବା ପରେ ପ୍ରଶଂସା କରିଥିଲେ ।


