ନାରାୟଣପୁର ଗ୍ରାମରେ ଏନଏଫଟିସି ଓ ପିଏସପିଏଲ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଂଚାୟତର ନାରାୟଣପୁର ଗ୍ରାମ ଠାରେ ସବୁଜ ରନ୍ଧା ଚୁଲା ପ୍ରଦାନ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଅଧିନସ୍ଥ ସର୍ବୋଚ୍ଚ ସହଯୋଗୀ ସଂଗଠନ ଏନଏଫଟିସି ଓ ପିଏସପିଏଲ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏନଏଫଟିସି ସଂଗଠନର ଡେପୁଟି ଜେନେରାଲ ମ୍ୟାନେଜର ଦୀପକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପିଏସପିଏଲ ର ପରିଚାଳନା ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ପରିଡା, ଶ୍ରୀରାମଚନ୍ଦ୍ରପୁର ସରପଂଚ ଏସ୍‌. ସଞ୍ଜୀବ ରେଡ୍ଡୀ, ସିଓଓ ରାକେଶ ମହାପାତ୍ର, ମ୍ୟାନେଜର ସମୀର କୁମାର ସାହୁ, ଫିଲ୍ଡ ମ୍ୟାନେଜର କାଳୀ ପ୍ରସାଦ ପାତ୍ର, ହୃଷିକେଶ ଦାଶ ପ୍ରମୁଖ ଯୋଗ ଦେଇ ରାସନ କାର୍ଡଧାରୀ ମାନଙ୍କୁ ମାଗଣାରେ ସବୁଜ ରନ୍ଧା ଚୁଲା ପ୍ରଦାନ କରାଯିବ ବୋଲି କହିଥିଲେ । ଏଥି ନିମନ୍ତେ ଏକ ସର୍ଭେ କରାଯିବ ପରେ ସଠିକ୍ ହିତାଧିକାରୀ ମାନଙ୍କୁ ଚୟନ କରାଯିବା ନେଇ ସେ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଚଳର ବହୁ ମହିଳା ମାନେ ଯୋଗ ଦେଇ ଅଧିକାରୀ ମାନଙ୍କ ସହ ଏନେଇ ଆଲୋଚନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟ ମ୍ୟାନେଜର ସୁଶାନ୍ତ କୁମାର ପ୍ରଧାନ ସଂଯୋଜନା କରିଥିବା ବେଳେ ଜିତେନ୍ଦ୍ର କୁମାର ନାୟକ,ବି ନାଗେଶ,ପି ଗୁ୍ରେୟା ହରିହର ସାହୁଙ୍କ ସମେତ ସଂସ୍ଥାର ବହୁ ସଦସ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ