ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ‌ଉପରେ ଯୋଜନାବଦ୍ଧ ଆକ୍ରମଣରେ ପୁଲିସ୍ ବିରୋଧରେ ବିଭିନ୍ନ ଥାନାରେ ଏତଲା

ବ୍ରହ୍ମପୁର, (ଅନିଲ କୁମାର):ବିଜେପି ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ‌ଉପରେ ଯୋଜନାବଦ୍ଧ ଆକ୍ରମଣରେ ପୁଲିସ୍ ବିରୋଧରେ ବିଭିନ୍ନ ଥାନାରେ ଦିଆଯାଇଥିବା ଏତଲା ପଞ୍ଜିକରଣ ନହେବା ପ୍ରତିବାଦରେ ଆଜି ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକଙ୍କ ନେତୃତ୍ବରେ ବ୍ରହ୍ମପୁର ଏସ୍.ପି କାର୍ଯ୍ୟାଳୟ ସମ୍ମୁଖରେ “ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣାରେ” ବସିଥିଲେ । ରାଜ୍ୟ ସରକାର ଏବଂ ପୋଲିସ ପ୍ରଶାସନ ବିରୁଦ୍ଧରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ନାରାବାଜି କରିବା ସହ ରାଜ୍ୟର ପୋଲିସ ଡ଼ିଜି,ଭୁବନେଶ୍ୱର-କଟକ ପୋଲିସ କମିଶନର ଏବଂ ଭୁବନେଶ୍ବର ଡ଼ିସିପିଙ୍କ ବିରୁଦ୍ଧରେ ଏତଲା ଦାଏର କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବୀ କରିବା ସହ ମିଛ କେଶରେ ବିଭିନ୍ନ ଦଫା ଲଗାଇ ଜେଲରେ ରଖିଥିବା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ କେଶ୍ ପ୍ରତ୍ୟାହାର କରି ସେମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ ଦାବୀ ଜଣାଇ ଦୀର୍ଘ ସମୟ ଧରି ଏସ୍.ପି ଅଫିସ ସମ୍ମୁଖରେ ବିକ୍ଷୋଭ କରିବା ସହ ଗଣଧାରଣାରେ ବସିଥିଲେ । ପୋଲିସ ପ୍ରଶାସନର କିଛି ଅଫିସର ବିଜେଡ଼ିର ଏଜେଣ୍ଟ ହୋଇ ଯେଉଁ କାର୍ଯ୍ୟ କରିଛନ୍ତି ଏହାକୁ ଓଡ଼ିଶା ବାସୀ କେବେ କ୍ଷମା ଦେବେନାହିଁ ଏବଂ ବିଜେଡ଼ିର ଏଜେଣ୍ଟ ସାଜିଥିବା ଏହି ପୋଲିସ ଅଫିସର ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହୁଏ ତେବେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା ଚେତାବନୀ ଦେଇଛନ୍ତି । ପରେ ଦଳ ପକ୍ଷରୁ ଏକ ଦାବୀ ପତ୍ର ବ୍ରହ୍ମପୁର ଏସ୍.ପି ଙ୍କୁ ଦିଆଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ସରୋଜ ସାବତ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୁଭାଶିଷ ସାହୁ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୋମନାଥ ପାତ୍ର, ତୁତୁନ ପାତ୍ର,ସମ୍ପାଦକ ମାତା ପ୍ରସାଦ ନାୟକ,ଜଗଦୀଶ ପ୍ରଧାନ,ଅଭୟ ଶତପଥି,କେ.ଚନ୍ଦ୍ରଶେଖର, ମନୋଜ ମହାରଣା,କମଲ୍ ପାତ୍ର,ଚିଦାନନ୍ଦ ପଟ୍ଟନାୟକ,ସିଏଚ୍. ସାଇ,ସୁମିତ୍ ପାତ୍ର,ଆକାଶ ଗୌଡ଼,ପି.ବାସୁଦେବ,ମିଟୁ ଦୋରା, ଦେବୁନ୍ ପଟ୍ଟନାୟକ,ସରୋଜ ଦାସ,ଡ଼ି.ଅନିଲ ରାଓ,କେ.ସନ୍ଦୀପ, ରବି ରାଓ,ତୁମ୍ବେଶ୍ୱର ନାୟକ କର୍ପୋରେଟର ତଥା ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦିକା ବନିତା ସାହୁ,କର୍ପୋରେଟର ରଞ୍ଜିତା ବେହେରା,ସାବିତ୍ରୀ ନାୟକ,ଜିଲ୍ଲା ସମ୍ପାଦକ ତଥା ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଏଲ୍.ମୋହନ ଦାସ,ବରିଷ୍ଠ ନେତା କାମନା ପାଢ଼ୀ,ଜିଲ୍ଲା ଉପସଭାପତି ମନୋଜ ପଟ୍ଟନାୟକ,‌ବିନୋଦ ଚନ୍ଦ୍ର ମିଶ୍ର,ଡ଼ା.ସୁବାଷ ସାହୁ,ପରେଶ ଚନ୍ଦ୍ର ରଥ,ରାମ କୁମାର ପାତ୍ର,ସୁନିଲ କୁମାର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଗଙ୍ଗାଧର ଶତପଥି,ଏନ୍.ରାଜେନ୍ଦ୍ର କୁମାର,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ସୁଶିଳା ମଲ୍ଲିକ,ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ, ବ୍ରହ୍ମପୁର ମହାନଗର ପ୍ରଭାରୀ ରାମ ପ୍ରସାଦ ସାମଲ,ମଣ୍ଡଳ ସଭାପତି ଭାବଗ୍ରାହୀ ପାଳ,ଅଭିମନ୍ୟୁ ସାହୁ,କେ.ଟୁଙ୍ଗୁରୁ ପାତ୍ର,କୃଷ୍ଣ ଚନ୍ଦ୍ର ଚୌଧୁରୀ,ସରୋଜ ପାତ୍ର,ସତ୍ୟ ନାରାୟଣ ବସନ୍ତିଆ,ଶିବ ପାତ୍ର,ସନତ ନାୟକ,ରଜତ ପଣ୍ଡିତ,ସମିତି ସଭ୍ୟ ଚଣ୍ଡୀ ପ୍ରସାଦ ସାହୁ,‌ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ଅନୁଜା ନନ୍ଦ ବିଶ୍ୱାଳ,‌ବର୍ଷା ବିଦ୍ୟୁସ୍ମିତା ପାଳ,ପ୍ରେମଶିଳା ନନ୍ଦ,‌ ନିବେଦିତା ପାଢ଼ୀ,ଲକ୍ଷ୍ମୀ ବେହେରା,ସୁମନ ଶତପଥି, ବାଙ୍କାନିଧି ସେଠୀ,ମିଲନ ସିଂ,ଏସ୍.ଶ୍ରୀନିବାସ,ପ୍ରମୋଦ ମଣ୍ଡଳ,ପି. ରାଜେନ୍ଦ୍ର କୁମାର ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ