ସାନଖେମୁଣ୍ଡି ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ବାର୍ଷିକ ଉତ୍ସବ ପାଳିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୧୦୭ ତମ ଜନ୍ମ ବାର୍ଷିକ ଉତ୍ସବ ଉପଲକ୍ଷେ ସାନଖେମୁଣ୍ଡି ବିଜେଡି ଆନୁକୁଲ୍ୟରେ ରେ ରବିବାର ପୋଡ଼ାମାରି ଠାରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ପୋଡ଼ାମାରି ବସଷ୍ଟାଣ୍ଡ ଠାରୁ ଏକ ସାଇକେଲ ଶୋଭାଯାତ୍ରା ରେ ବାହାରି କଲ୍ୟାଣ ମଣ୍ଡପ ନିକଟରେ ପହଞ୍ଚି ବିଜୁ ବାବୁ ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି କଲ୍ୟାଣ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଧରାକୋଟ ବ୍ଲକ ଅଧ୍ୟକ୍ଷl ସୁଶ୍ରୀ ଗୀତାଞ୍ଜଳୀ ଦେଵୀ, ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପଧକ୍ଷା ରିଙ୍କି ନାୟକ, ପୁର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ବାଇଁ ମଞ୍ଚାସିନ ଥିଲେ l ବିଜୁ ବାବୁ ଙ୍କ ଆଦର୍ଶ ଓଡିଆ ଯୁବ ମାନସର ଆନୁକରଣିୟ ହେଉ ବୋଲି ଜୟନ୍ତୀ ଉଛବ ରେ ବକ୍ତା ମାନେ ମତ ବ୍ୟକ୍ତ କରିଛନ୍ତି l ପୁର୍ବତନ ବିଧାୟିକା ନନ୍ଦିନୀ ଦେବୀ ଯୋଗ ଦେଇ ବିଜୁ ବାବୁ ଙ୍କ ଜୀବନଦର୍ଶ ଓ ପଞ୍ଚାୟତ ରାଜ ଦିବସ ଉପରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ସମସ୍ତ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l


