ଗଞ୍ଜାମ ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଗଞ୍ଜମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ପରିସରରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ଗଞ୍ଜାମସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ପାଳିତ ହୋଇଯାଇଛି। ସିଡିପିଓ ସଲୀଳା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମବ୍ଲକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ, ବିଶିଷ୍ଟ ଅତିଥି ରୂପେ ଗଞ୍ଜାମ ଏନଏସି ଅଧ୍ୟକ୍ଷ ପ୍ରତିଭା ପାଢ଼ୀ,ସମ୍ମାନିତ ଅତିଥି ରୂପେ ଡିପିସି ଦେବଦତ୍ତ ମାହୁନ୍ତ, ଚାଇଲଡ଼ଲାଇନର କାମେଶ୍ୱର ପରିଡା ଯୋଗଦେଇଥିଲେ।ସୁପ୍ରଭାଇଜର ଭାରତୀ ବ୍ରହ୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗଂଜାମ ଏନଏସି ସିଓ ସ୍ୱପ୍ନରାଣୀମହାପାତ୍ର, ସିଏମଏମ୍ ଭାଗ୍ୟଶ୍ରୀ ନାୟକ , ସୁପରଭାଇଜର ଇନ୍ଦିରା ମହାପାତ୍ର, ତନୁଜା ବେହେରା, ମଧୁଲତା ପାତ୍ର, ସୁନିତା ଦାସ, ମଞ୍ଚାସିନ ଥିଲେ। ଏହି ଅବସରେ ଉତ୍ତମ କାର୍ଯ୍ୟପାଇଁ ମିଶନଶକ୍ତି ବିପିସି ଚନ୍ଦନ କୁମାର ପାଢ଼ୀଙ୍କ ସମେତ ଅଙ୍ଗାନାବାଡ଼ି କର୍ମୀଙ୍କୁ ସମ୍ମାନିତ କରାଯାଇଥିଲା। ସପ୍ତାହ ବ୍ୟାପୀ ପାଳନ ହେବାକୁ ଥିବା ବେଳେ ଆଜି ପ୍ରଥମ ଦିବସରେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଅଙ୍ଗାନାବାଡ଼ି କର୍ମୀ, ମହିଳା ସଙ୍ଘ ସଦସ୍ୟ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ