ଗଞ୍ଜାମ ଓ ରମ୍ଭା ଥାନାରେ ବିଜେପି ପକ୍ଷରୁ ପୋଲିସ ଡିଜିଙ୍କ ବିରୋଧ ରେ ଏତଲା

ଗଞ୍ଜାମ, (ବିନୋଦ ପଲାଇ):ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଗତ୨୮ ତାରିଖରେ ହୋଇଥିବା ବିଧାନସଭା ଘେରରେ ବେଳେ ପୋଲିସ ତରଫରୁ ହୋଇଥିବା ଆକ୍ରମଣ ପ୍ରତିବାଦରେ ରାଜ୍ୟ ଡ଼ାକରାରେ ଆଜି ଗଞ୍ଜାମ ଓ ରମ୍ଭା ଥାନାରେ ବିଜେପି ତରଫରୁ ପୋଲିସ ଡିଜି, ଭୁବନେଶ୍ୱର-କଟକ କମିଶନର, ଭୁବନେଶ୍ୱର ଡିସିପି ଙ୍କ ବିରୋଧରେ ଏତଲା ଦିଆଯାଇଛି। ଏହି ସମୟରେ ଛତ୍ରପୁର ବିଧାୟକ ପାର୍ଥି ପ୍ରଶାନ୍ତକର, ରାଜ୍ୟ ଏସି ମୋର୍ଚ୍ଚା ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ଯୁବନେତା ଭିମସେନ ବେହେରା, ରମ୍ଭା ଏନଏସି ଅଧ୍ୟକ୍ଷ ପ୍ରତିନିଧି କାହ୍ନୁ ସ୍ୱାଇଁ, ଉପାଧ୍ୟକ୍ଷ କାଳିଆ ତରାଇ, ଯୁବନେତା ବିକ୍ରମ ପାଣିଗ୍ରାହୀ, ସୁମନ୍ତଦାସ, ସନ୍ତୋଷ ମହାପାତ୍ର, ପ୍ରଶାନ୍ତ ଗୌଡ଼ ପ୍ରମୁଖ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ