ଗଜପତିରେ ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀ ପାଳିତ ହୋଇଯାଇଛି. ସକାଳ ୯ ଟା ବେଳେ ସ୍ଥାନୀୟ ହାଇସ୍କୁଲ ଛକଠାରେ ଥିବା ବିକୁ ବାବୁଙ୍କ ପ୍ରତିମୂର୍ତ୍ତିରେ ବିଜୁ ଜନତା ଦଳ ତରଫରୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ବିଜୁ ବାବୁଙ୍କ ଅଦାସ୍ରୟ ଓ ତାଙ୍କର ଅମ୍ଲାନ ପ୍ରତିଭାର ସ୍ମୃତିଚାରଣକରି ବିଜୁ ଜନତା ଦଳର କର୍ମୀ ମାନେ ଏକ ରାଲିରେ ଏକ ସହର ପରିକ୍ରମା କରିଥିଲେ. ପରେ ସ୍ଥାନୀୟ ଆଇଏସଆର କଲ୍ୟାଣ ମଣ୍ଡପ ଠାରେ ବିଜୁ ବାବୁଙ୍କର ୧୦୭ ତମ ଜୟନ୍ତୀ ପାଳିତ ହୋଇଥିଲା. ନବ ନିର୍ବାଚିତ ବିଜୁ ଜନତା ଦଳର ସଭାପତି ଜଗବନ୍ଧୁ ଦାସଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ପ୍ରଦୀପ ନାୟକ, ବସନ୍ତ ଦାସ, ଡ଼. ତିରୁପତି ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ପରିଚ୍ଛା, ରୁପେଶ ପାଣିଗ୍ରାହୀ, ମାରୁତ ପାଳ, ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ, ପାରଳା ମୁନିସିପାଲିଟି ଅଧକ୍ଷା ନିର୍ମଳା ସେଠୀ, ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ବିଜୁ ବାବୁ ସ୍ମୃତି ଚାରଣ କରି ତାଙ୍କ ତ୍ୟାଗ ଅଦାସରେ ପ୍ରତେକ ବ୍ୟକ୍ତି ଅନୁପ୍ରାଣିତ ହୋଇ ସମାଜ ଓ ଲୋକଙ୍କ ସେବା କରନ୍ତୁ ବୋଲି ଆୱାନ ଦେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ