ମହିଳା ଆଇନଜୀବୀଙ୍କ ଦ୍ୱାରା ମହିଳାମାନେ ନ୍ୟାୟ ପାଇବେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଲ ଓମେନ୍ସ ଆଡଭୋକେଟ୍ ଫୋରମ ଏବଂ ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଂଚ ମିଳିତ ଅନୁକୂଳରେ ଆର୍ନ୍ତଜାତୀୟ ମହିଳା ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫୋରମର ଅଧକ୍ଷା ହରପ୍ରିୟା ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ରାଜ୍ୟ ମାନବ ଅଧିକାର କମିସନ ସଦସ୍ୟ ଅଶୀମ ଅମିତାଭ ଦାସ, ସମ୍ମାନୀତ ଅତିଥି ଭାବେ ସାଂସଦ ସୁଲତା ଦେଓ, ଆଖିଲ ଭାରତୀୟ ସଂୟୁକ୍ତ ଅଧିବକ୍ତା ମଂଚର ଗୋହାଟିର ଡ. ନର୍ମତା ଶର୍ମା, ପ୍ରମୁଖ ଯୋଗ ଦେଇଥିଲେ । ମହିଳା ଆଇନଜୀବୀମାନେ ଉଦ୍ୟମ କଲେ ସବୁ ମହିଳା ନ୍ୟାୟ ପାଇବେ । ତେବେ ନ୍ୟାୟ ପାଇଁ ମହିଳା ଆଇନଜୀବୀଙ୍କ କାର୍ଯ୍ୟ ପଂଶସନୀୟ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଓଟିଡିସି ଅଧ୍ୟକ୍ଷ ଲେନିନ୍ ମହାନ୍ତି, ଡ ଲକ୍ଷ୍ମୀଧର ସାହୁ, ଡ. ଜିତେନ୍ଦ୍ର ରାଉତ, ଆଇନଜୀବୀ ପ୍ରଶାନ୍ତ ପଟ୍ଟନାୟକ, ଦିପକ ନରେନ୍ଦ୍ର, ଜଗନ୍ନାଥ ଦାସ, ରବି ନାରାୟଣ ସାମନ୍ତରାୟ, ରାଜ୍ କିଶୋର ଦାସ, ଆଇନଜୀବୀ ଲିଙ୍ଗରାଜ ସାହୁ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଅଟଳ କର୍ମଜୀବୀ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ଝାଡ଼ଖଣ୍ଡର ଝୁନିକ୍ ବାନାର୍ଜି, ମିତାଳି ଜେଠୀ, ଡ ସରୋଜିନୀ ଜୋଷି, ଡ ରମା ଦ୍ୱିବେଦୀ, ଡ ନର୍ମତା ଶର୍ମା, ସୁଷମା ନନ୍ଦ, ହରପ୍ରୀୟା କୁମାରୀ ସମେତ ବହୁ ମହିଳାଙ୍କୁ ଜଗଜିତା ନାରୀ ଓ ୟୁତ୍ ଆଚିଭର ସମ୍ମାନ ପ୍ରଦାନ କରାଯାଇଥିଳା । ଏଥିରେ ମନପ୍ରୀତ ସିଂ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜଶସ୍ୱୀ ପ୍ରୀୟଦର୍ଶନୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ