ମାଗଣା ଗ୍ଲୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଅମ୍ବଗାଁ ଗ୍ରାମ ପଞ୍ଚାୟତ ଏବଂ ଶଙ୍କର ଚକ୍ଷୁ ଚିକିତ୍ସାଳୟ ସମରଝୋଳ ହିଞ୍ଜିଳିକାଟୁ ଙ୍କ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଗ୍ଳୁକୋମା ଓ ପରଳ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ସରପଞ୍ଚ ଶ୍ରୀମତି ସୁନିତା ସେଠି ଙ୍କ ସଂଯୋଜନା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ଏସ,ଡି,ପି,ଓ ଉମାଶଙ୍କର ସିଂ , ସମ୍ମାନିତ ଅତିଥି ଭାବେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ସରପଞ୍ଚ ପ୍ରତିନିଧି ଶ୍ରୀ ଦେବରାଜ ସେଠି ସମିତି ସଭ୍ୟ କାଳୁ ଚରଣ ଭୂୟାଁ ସମସ୍ତ କାର୍ଯ୍ୟକର୍ତା ଉପସ୍ଥିତ ହୋଇ ଦ୍ବୀପପ୍ରଜ୍ବଳନ ସହ କାର୍ୟକ୍ରମ ଆରମ୍ଭ କରିଥିଲେ ।. ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ ( ମାଗଣା) କରାଯାଇଥିବା ବେଳେ ମୋଟ ୧୨୧ ଜଣ ଙ୍କର ଚକ୍ଷୁ ପରୀକ୍ଷା କରଯାଇଥିଲା ।ସେଥିମଧ୍ୟରୁ ୧୫ ଜଣ ଙ୍କୁ ଚସମା ଦିଆ ଗଲା, ଏବଂ ୩୫ ଜଣ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ୩୫ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ହସ୍ପିଟାଲ୍ କୁ ନିଆଯାଇଛି। ୨୭ ଜଣ ଙ୍କର ଗ୍ଳୁକୋମା ଚକ୍ଷୁ ପରୀକ୍ଷା କରଯାଇଛିଓ ୯ ଜଣ ଙ୍କର ରେଟୈନା ଚେକ ଅପ କରାଯାଇଥିବା ଶିବିର ଆୟୋଜକ ଙ୍କ ଠାରୁ ସୁଚନା ମିଳିଛି।ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଷ୍ଟାଫ୍ ଶ୍ରୀ ନଳିନୀ କାନ୍ତ ରାଉତ (କ୍ୟାମ୍ପ ମ୍ୟାନେଜର),ଶ୍ରୀ ସଂଗ୍ରାମ ଚୌଧାରୀ (ଚିଫ ଅପଟୋମେଟ୍ରିଷ୍ଟ), ଶ୍ରୀ ଜାଡ, ଅହମଦ , ମିସ ସୁନିତା ଗୌଡ଼ , ମିସ ଦୀପିକା ରାଉତ , ଶ୍ରୀ ରଘୁନାଥ ପାଢି (ଚକ୍ଷୁ ଟେକ୍ନିସିଆନ) ଶିବିର କୁ ପରିଚାଳନା କରିଥିଲ।