ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ବିଦାୟୀ ସମ୍ବର୍ଦ୍ଧନା

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲା ସଂସ୍କୃତି ଅଧିକାରୀ ରୂପେ କାର୍ଯ୍ୟ କରୁଥିବା ଜିତେନ କୁମାର ପରିଡାଙ୍କୁ ମଙ୍ଗଳବାର ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ର ସଭା ଗୃହ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଦନା ପ୍ରଦାନ କରାଯାଇଛି । ଭଞ୍ଜ ଲୋକ କଳାକାର ମହାସଂଘର ସଭାପତି ସନ୍ତୋଷ କୁମାର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଭଞ୍ଜ ଲୋକ କଳାକାର ମହାସଂଘର ଉପସଭାପତି ମହେଶ୍ୱର ବରାଡ, ଦିଗାମ୍ବର ମହାରଣା, ଆଲୋକ କୁମାର ବିଷୋୟୀ, ବାବୁଲା ଭୁୟାଁ, ବଳରାମ ପଣ୍ଡା, ନିକୁଞ୍ଜ ବିହାରୀ ଖଣ୍ଡୁଆଳ, ସୁଦର୍ଶନ ବେହେରା, କେଷବ ବେହେରାଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର କଳା ସଂସ୍କୃତି ସଂଘର ସଦସ୍ୟ ଓ ବରିଷ୍ଠ କଳାକାର ମାନେ ଯୋଗ ଦେଇ ଶ୍ରୀ ପରିଡାଙ୍କ କାର୍ଯ୍ୟ ଶୈଳୀକୁ ଉଚ୍ଚ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ