ବାଦଲ କୁମାର ପ୍ରଧାନ ହେଲେ ଗଞ୍ଜାମ ବ୍ଲକ ଛାତ୍ର ବିଜେଡି ସଭାପତି

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଛାତ୍ର ବିଜୁ ଜନତାଦଳ ସଭାପତି ହେଲେ ବାଦଲ କୁମାର ପ୍ରଧାନ। ଏନେଇ ଛାତ୍ରମାନଙ୍କ ମଧ୍ୟରେ ଖୁସି ଓ ଉତ୍ସହ ଦେଖାଦେଇଛି। ଗଞ୍ଜାମ ମହାବିଦ୍ୟାଳୟର ଛାତ୍ରସଂସଦ ସଭାପତି ରୂପେ ନିର୍ବାଚିତ ହୋଇ ନିଜର ରାଜନୈତିକ କ୍ୟାରିୟାର ଆରମ୍ବ କରିଥିବା ବାଦଲ ପରବର୍ତ୍ତୀ ସମୟରେ ବିଜୁଯୁବ ବାହିନୀ ର ଦାଇତ୍ୱ ମଧ୍ୟ ତୁଲାଇଥିଲେ। ବିଭିନ୍ନ ସମୟରେ ଦଳର ସକ୍ରିୟ କାର୍ଯ୍ୟକାର୍ତ୍ତ ରୂପେ ନିଜର ପାରଦର୍ଶିତା ଦେଖାଇଆସିଛନ୍ତି। ଏହା ସହ ସାମାଜିକ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ ରଖିଛନ୍ତି। ବ୍ଲକଛାତ୍ର ବିଜେଡି ସଭାପତି ହେବା ପରେ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକ ଓ ଗଞ୍ଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡାଙ୍କୁ କୃତଜ୍ଞ ଜଣାଇଛନ୍ତି। ଆଗାମୀ ଦିନରେ ଛାତ୍ର ସଙ୍ଘଠନକୁ ସଦୃଢ଼ କରିବା ସହ ତାଙ୍କର ହକପାଇଁ କାର୍ଯ୍ୟକରିବେ ବୋଲି କହିଛନ୍ତି। ତାଙ୍କର ଏହି ନୂତନ ଦାଇତ୍ୱ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ