ସଂନ୍ଦିଗ୍ଧ ପାରା ଗୋଡ଼ ରୁ ଉଦ୍ଧାର ରିଙ୍ଗ କୁ ଏସ ଏଫ ଏଲ କୁ ପଠାଗଲା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ନାନପୁର ପତି ସାହିରୁ ଉଦ୍ଧାର ହୋଇଥିବା ସଂନ୍ଦିଗ୍ଧ ପାରା ଟିକୁ ଏବେ ଅସ୍ତରଙ୍ଗ ବନବିଭାଗ ହେପାଜତ ରେ ରଖାଯାଇଥିବା ବେଳେ ପାରା ଗୋଡ଼ ରୁ ଜବତ ହୋଇଥିବା ରିଙ୍ଗ କୁ ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୋଲିସ ପକ୍ଷରୁ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଷ୍ଟେଟ ଫରେନ୍ସିକ୍ ଲାବୋଟେରୀ (ଏସ ଏଫ ଏଲ ) କୁ ପଠାଯାଇଥିବା ଅସ୍ତରଙ୍ଗ ସାମୁଦ୍ରିକ ଥାନା ଦାୟିତ୍ଵ ରେ ଥିବା ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡ଼ା ସୂଚନା ଦେଇଛନ୍ତି। ଇଂରାଜୀ ରେ ଲେଖା ଲାଗିଥିବା ଦୁଇଟି ପ୍ଲାଷ୍ଟିକ ରିଙ୍ଗ ଓ କିଛି ନମ୍ବର ଲେଖାଥିବା ଏକ ଧାତୁ ରିଙ୍ଗ କୁ କାଢି ବନ ବିଭାଗ କାଲି ଅସ୍ତରଙ୍ଗ ପୋଲିସ୍ କୁ ହସ୍ତାନ୍ତର କରିଥିଲା। ତେବେ ଏକ ସପ୍ତାହ ମଧ୍ୟରେ ପୁରୀ ଜିଲ୍ଲା ଉପକୂଳ ଅଞ୍ଚଳ ରୁ ଦୁଇ ଦୁଇ ଟି ସଂନ୍ଦିଗ୍ଧ ପାରା ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ଜିଲ୍ଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ର କାରଣ ପାଲଟିଛି। ପାରା ଦୁଇଟି ଗୋଇନ୍ଦା ପାରା କିମ୍ବା କେଉଁ ଦେଶ ର ସେ ବିଷୟରେ ସବିଶେଷ ତଦନ୍ତ କରାଯାଇ ସର୍ବସାଧାରଣ ରେ ପ୍ରକାଶ କରାଯିବାକୁ ସାଧାରଣରେ ଦାବି ହେଉଛି ।ସୂଚନା ଯୋଗ୍ୟକି,ଗୋଟିଏ ପାରା କୋଣାର୍କ – ପାରାଦୀପ ମଝି ସମୁଦ୍ର ରୁ ଉଦ୍ଧାର ହୋଇଥିବାବେଳେ ଆଉ ଗୋଟିଏ ପାରା ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନାନପୁର ଗାଁ ର ରୁପେନ ପତି ଙ୍କ ଛାତ ଉପ ରୁ ଉଦ୍ଧାର ହୋଇଛି। ଏକ ସପ୍ତାହ ମଧ୍ୟରେ ଦୁଇ ଦୁଇ ଟି ପାରା ସଂନ୍ଦିଗ୍ଧ ଅବସ୍ଥା ରେ ଉଦ୍ଧାର ହେବା ଓ ସେମାନଙ୍କ ଗୋଡ଼ ରୁ କିଛି ସାଙ୍କେତିକ ଚିହ୍ନ, ଭାଷା ଜବତ ହେବା ଘଟଣା ସ୍ଥାନୀୟ ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ