ଜନସେବକ ଫାଉଣ୍ଡେସନ ଆୟୋଜିତ

ହାଟଡିହି, (ବିକାଶ ବିଶ୍ୱାଳ):ଚଳିତ ମାସ ୧୯ ତାରିଖ ରବିବାରରେ ମୁଗୁପୁର ସମାଚାର ଓ ସାମାଜିକ ଅନୁଷ୍ଠାନ ଜନସେବକ ଫାଉଣ୍ଡେସନ୍ ତରଫରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠାନର ସଂପାଦକ ସୁରେନ୍ଦ୍ର କୁମାର ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସରକାରୀ ସ୍ୱାସ୍ଥ୍ୟ ଯୋଜନା କିପରି ବ୍ୟବହାର କରାଯାଇ ଗ୍ରାମାଂଚଳର ଲୋକମାନେ ଉପକୃତ ହୋଇପାରିବେ ସେଦିଗରେ ଶ୍ରୀ ସାହୁ ଅବଗତ କରିଥିଲେ । ତତ୍‌ସହିତ ଉପସ୍ଥିତ ବ୍ୟକ୍ତିବିଶେଷଙ୍କ ରକ୍ତଚାପ, ମଧୁମେୟ ପରୀକ୍ଷା ଆଦି କରାଯାଇ ପ୍ରାଥମିକ ଔଷଧ ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଦେଢ ଶହରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ସକାଳ ୮ ଘଟିକାରୁ ଅପରାହ୍ନ ୧୨ ଘଟିକା ଯାଏଁ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଜାରୀ ରହିଥିଲା । ଅନୁଷ୍ଠାନର ଏତାଦୃଶ ଜନହିତୈଷୀ କାର୍ଯ୍ୟକୁ ସ୍ଥାନୀୟ ବୁଦ୍ଧିଜିବୀମାନେ ପ୍ରଶଂସା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଅନୁଷ୍ଠାନର ସଦସ୍ୟ ଆଂଚଳିକ ମୁଖ୍ୟ ହୃଷିକେଶ ରାଉତ, ଶରତ ଚନ୍ଦ୍ର ଜେନା, ଅଭିମନ୍ୟୁ ବିଶ୍ୱାଳ, ସୁକାନ୍ତ ରାଉତ, ସୁମନ୍ତ ଦାସ ଓ ମାନସ ନାୟକ ପ୍ରମୁଖଙ୍କ ସହିତ ସ୍ଥାନୀୟ ଯୁବକ ନରେନ୍ଦ୍ର ନାୟକ, ପୂର୍ଣ୍ଣଚନ୍ଦ୍ର ବାରିକ ଓ ବିଶ୍ୱଜିତ୍ ପଣ୍ଡା । ଖବରକାଗଜର ସଂପାଦକ ତଥା ଜନସେବକ ଫାଉଣ୍ଡେସନ୍‌ର ସଭାପତି ମଦନ ମୋହନ ପାଢୀ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ