ମୋଟର ସାଇକେଲରେ ବୁହାଗଲା ଶବ
ପାରଳା ଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି । ସରକାରୀ ସୁବିଧାରେ ମହାପ୍ରୟାଣ ଗାଡି ମିଳିଲାନି । ୫କି.ମି ଶବ ନେବା ପାଇଁ ଆଟୋବାଲାକୁ ୩୫ଶହ ଟଙ୍କା ଦେଇ ପାରିଲେନି । ଗ୍ରାମବାସୀଙ୍କ ସାହାଯ୍ୟରେ ଏକ ମଟର ସାଇକେଲରେ ଶବକୁ ବୋହି ନେବାକୁ ବାଧ୍ୟ ହେଲେ ଏକ ଗରିବ ପରିବାର । ଘଟଣାରୁ ପ୍ରକାଶ ଏହି ଜିଲ୍ଲାର ରାୟଗଡ ବ୍ଲକ ହାତୀବାଡି ଗ୍ରାମର ଗୋବିନ୍ଦ ଭୁୟାଁ (୬୫)ଙ୍କୁ ୫ଦିନ ତଳେ ଏକ ବୁଲା କୁକୁର କାମୁଡିଥିଲା । ଗୁରୁତର ହେବା ଯୋଗୁଁ ତାଙ୍କୁ ଚିକିତ୍ସା ପାଇଁ ରାୟଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣା ଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଗତକାଲି ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ବ୍ୟକ୍ତିଙ୍କ ପରିବାର ବର୍ଗ ଅତ୍ୟନ୍ତ ଗରିବ ଅଟନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରରୁ ୫କି.ମି ଦୁରରେ ଥିବା ତାଙ୍କ ଗ୍ରାମକୁ ଶବ ନେବାପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁରୋଧ କରି କାକୁତି ମିନତି ହୋଇଥିଲେ । ତେବେ ଶବକୁ ନେବା ପାଇଁ ସରକାରୀ ଭାବେ କୌଣସି ସୁବିଧା କିମ୍ବା ମହାପ୍ରୟାଣ ଗାଡି ମିଳିଲାନି । ଆଟୋ ଯୋଗେ ଶବକୁ ନେବା ପାଇଁ ପରିବାର ଲୋକଙ୍କ ଠାରେ ଭଡା ୩୫ଶହ ଟଙ୍କା ନଥିବାରୁ ଗ୍ରାମବାସୀଙ୍କ ସହାୟତାରେ ଏକ ମୋଟର ସାଇକେଲର ମଧ୍ୟଭାଗରେ ଶବକୁ ଧରି ଗ୍ରାମକୁ ଯିବାକୁ ବାଧ୍ୟ ହୋଇଥôଛଲେ । ଗରିବ ଲୋକଙ୍କୁ ସାହାଯ୍ୟ ସହେଯାଗ ପାଇଁ ସରକାରୀ ଭାବେ କାର୍ଯ୍ୟକାରି ହେଉଛି ବହୁ ଯୋଜନା । ହେଲେ ଏହାର କୌଣସି ସୁଫଳ ଠିକ୍ ସମୟରେ ଲୋକେ ପାଉନାହାଁନ୍ତି ।


