ଗଜପତିରେ ସରିଲା ଦଶମ ଶ୍ରେଣୀ ପରୀକ୍ଷା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜିଠାରୁ ସରିଲା ଦଶମ ଶ୍ରେଣୀ ପରୀକ୍ଷା. ଗଜପତି ଜିଲ୍ଲାରେ ମୋଟ ୩୫ ଗୋଟି ପରୀକ୍ଷା କେନ୍ଦ୍ରରେ ୭୦୬୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ରେ ଦଶମ ଶ୍ରେଣୀ SA-2 ପରୀକ୍ଷା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରୋଦୋଷ କୁମାର ନାଇକ ଙ୍କ ପ୍ରତକ୍ଷ ତତ୍ୱାଧୀନରେ ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଛି 1 ଜିଲ୍ଲା ର ଚାରୋଟି ନୋଡାଲ କେନ୍ଦ୍ରରୁ ପ୍ରଶ୍ନ ପତ୍ର ପରୀକ୍ଷା ଦିନ ଗୁଡିକରେ ଜିଲ୍ଲା ପ୍ରଶାସକ ଙ୍କ ଦ୍ୱାର ନିୟୋଜିତ executive ମାଜିଷ୍ଟ୍ରେଟ ମାନଙ୍କ ଉପସ୍ଥିତିରେ ଓ ପୋଲିସ ପ୍ରୋଟେକ୍ସନ ସହ ନିର୍ଧାରଣ ସମୟ ମଧ୍ୟରେ ୩୫ ଗୋଟି ପରୀକ୍ଷା କେନ୍ଦ୍ରରେ ଡିସ୍ପାଚ ଟିମ ଦ୍ୱାରା ପହଂଚି ପାରିଥିଲା ୧ ଉକ୍ତ ୩୫ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବା ପାଇଁ ୭୩୧୨ ଛାତ୍ରୀ /ଛାତ୍ର ଫୋରମ ପୂରଣ କରିଥିବା ବେଳେ ୭୦୬୭ ଜଣ ପରୀକ୍ଷା ରେ ଉପସ୍ଥିତ ଥିଲେ ଓ ୨୪୫ ଜଣ ଅନୁପସ୍ଥିତ ରହିଛନ୍ତି ୧ ଠିକ ସେହିପରି SOSC ପରୀକ୍ଷା ଦେବାପାଇଁ ୧୦୪ ଜଣ ଫୋରମ ପୂରଣ କରିଥିବା ବେଳେ ୯୫ ଜଣ ପରୀକ୍ଷା ଦେଇଛନ୍ତି ଓ 9 ଜଣ ଅନୁପସ୍ଥିତ ରହିଛନ୍ତି ୧ମହାରାଜା ଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ନୋଡାଲ କେନ୍ଦ୍ର ସହିତ ୧୫ ଟି ପରୀକ୍ଷା କେନ୍ଦ୍ର କୁ ପ୍ରଶ୍ନ ପତ୍ର ଯୋଗାଇବା ପାଇଁ ସଲଗ୍ନ କରାଯାଇଥିଲା ୧ ଏହି ନୋଡାଲ କେନ୍ଦ୍ରର ସେଣ୍ଟର ସୁପେରିଣ୍ଟାଣ୍ଡେଣ୍ଟ ଡ଼ି. ଶ୍ରୀରାମ ମୁର୍ତ୍ତି, ଡେପୁଟି ନୋଡାଲ ସୁପେରିଣ୍ଟେଣ୍ଡେଣ୍ଟ ୟ. ଧର୍ମା ରାଓ, ଡେପୁଟି ସେଣ୍ଟରେସୁପେରିଣ୍ଟାଣ୍ଡେଣ୍ଟ ଏମ. ସତ୍ୟ ନାରାୟଣା ଓ ଅବଜେରବେର ତଥା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଯାଜପୁର ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟନାୟକ ନିଜର କାର୍ଯ୍ୟ ତୁଲାଇ ଥିବାବେଳେ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ର ପରୀକ୍ଷା ପରିଚାଳନା ଦାୟିତ୍ୱ ରେ ରହି ଥିଲେ ଗୌରୀ ଶଙ୍କର ଚୌଧୁରୀ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପୋଲୁ ରବି କୁମାର ୧.


