ହାଟଡିହି ବ୍ଲକରେ ପିଇଓଙ୍କ ଅଭାବ ଯୋଗୁଁ ଉନ୍ନନ କାର୍ଯ୍ୟ ବାଧାପ୍ରାପ୍ତ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ପଞ୍ଚାୟତ ନିର୍ବାହୀ ଅଦôକାରୀ (ପିଇଓ)ଙ୍କ ଅଭାବ ଯୋଗୁଁ ଉନ୍ନୟନ କାର୍ଯ୍ୟରେ ବାଧା ଦେଖା ଦେଇଛି । ଜଣେ ଜଣେ ପିଇଓ ଦୁଇ ତିନୋଟି ପଞ୍ଚାୟତର ଦାୟିତ୍ୱରେ ରହିଥିବାରୁ ପିଇଓଙ୍କ ଦ୍ୱାରା ହେବାକୁ ଥିବା କାର୍ଯ୍ୟ ଗୁଡିକ ବାଧାପ୍ରାପ୍ତ ହେବା ସହିତ ଅନେକ କାର୍ଯ୍ୟରେ ଘୋର ବିଳମ୍ବ ଘଟୁଛି । ଯାହାକୁ ନେଇ ପଞ୍ଚାୟତ ଗୁଡିକରେ ମଧ୍ୟ ଅଚଳାବସ୍ଥା ଦେଖା ଦେଇଛି । କେତେକ ପଞ୍ଚାୟତରେ ଭତ୍ତା, ରେସନ ସାମଗ୍ରୀ ବଣ୍ଟନରେ ମଧ୍ୟ ବହୁ ବିଳମ୍ବ ଘଟୁଥିବାରୁ ଜନ ଅସନ୍ତାଷ ଦେଖା ଦେଇଛି । ବ୍ଲକରେ ୩୧ଟି ପଞ୍ଚାୟତ ଥିବାବେଳେ ୩୧ଜଣ ପିଇଓଙ୍କର ଆବଶ୍ୟକତା ଅଛି । କିନ୍ତୁ ଏବେ ୧୯ଜଣ ପିଇଓ କାମ କରୁଥିବାବେଳେ ତନ୍ମଧ୍ୟରୁ ଜଣେ ଦୁଇଜଣଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ ପିଇଓଙ୍କର ଏକାଧିକ ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି । ମହେଶ୍ୱର ସାହୁଙ୍କୁ ଆଇତିପୁର ଓ ପଞ୍ଚୁଗୋଛିଆ ପଞ୍ଚାୟତର ଦାୟିତ୍ୱ ଦିଆଯାଇଥିବାବେଳେ ଉମାକାନ୍ତ ସାଙ୍କୁ ଅକରୁଆ, ଗେଡମା ଭଳି ଦୁଇଟି ପଞ୍ଚାୟତ ଦିଆଯାଇଛି । ସେହିପରି ହରିହର ସେଠୀଙ୍କୁ ବାଲିବରେଇ, ମରୈଗାଁ, ପଢ଼ିଆରିପଲ୍ଲୀ, ସଢ଼ା ଭଳି ୪ଗୋଟି ପଞ୍ଚାୟତ ଦିଆଯାଇଥିବାବେଳେ ସେ ଆଜି ପର୍ଯ୍ୟନ୍ତ ବାଲିବରେଇ ପଞ୍ଚାୟତର ଦାୟିତ୍ୱ ଗ୍ରହଣ କରିନାହାନ୍ତି କି ମରୈଗାଁ ପଞ୍ଚାୟତର ଦାୟିତ୍ୱ କାହାକୁ ହସ୍ତାନ୍ତର କରିନାହାନ୍ତି । ସେହିପରି ଜିତେନ୍ଦ୍ର ଜେନାଙ୍କୁ ବଞ୍ଚୋ, ସମଣା ଭଳି ଦୁଇଟି ବଡ ପଞ୍ଚାୟତ ଦିଆଯାଇଥିବାବେଳେ ଅମୀୟ ମାଝୀଙ୍କୁ ଧନୁର୍ଜୟପୁର, କେ ବାଲିପାଳ, ସୋସୋ ଭଳି ପଞ୍ଚାୟତର ଦାୟିତ୍ୱରେ ଅଛନ୍ତି । ସେ ମଧ୍ୟ ବାଲିବରେଇ ପଞ୍ଚାୟତର ଦାୟିତ୍ୱ ବୁଝୁଛନ୍ତି । ସୁରେଶ ସେଠୀଙ୍କୁ ଢ଼େଙ୍କା ଓ ଅଁରା ପଞ୍ଚାୟତ ଦିଆଯାଇଥିବାବେଳେ ଶରତ କୁମାର ସାହୁଙ୍କୁ ହାବଳେଶ୍ୱର ଓ ଓରାଳି, ଅମୁଲ୍ୟ ପହିଙ୍କୁ ଇଞ୍ଚୋଳ, କଳିଗାଁ, ଡମ୍ବରୁଧର ପଟ୍ଟନାୟକଙ୍କୁ ବାଙ୍ଗୋର, ହଦଗଡ ଆଦି ପଞ୍ଚାୟତ ଦିଆଯାଇଛି । ବ୍ଲକରେ ଗ୍ରାମ ପଞ୍ଚାୟତ ଅଧିକାରୀ ପଦବି ଖାଲି ପଡିଥିବାବେଳେ ହାଟଡିହି ଓ ଶାସଙ୍ଗ ପଞ୍ଚାୟତର ପିଇଓ ଥିବା ଶରତ କୁମାର ବେଜ ଭାରପ୍ରାପ୍ତ ପଞ୍ଚାୟତ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି । ଯାହାଦ୍ୱାରାକି ଜଣେ ଜଣେ କର୍ମଚାରୀଭ୍କ ଦ୍ୱାରା ଏତେ ସଂଖ୍ୟକ ପଞ୍ଚାୟତରେ ପିଡିଏସ, ଭତ୍ତା, ହରିଶ୍ଚନ୍ଦ୍ର ଭଳି ଯୋଜନାର କାର୍ଯ୍ୟ ଗୁଡିକୁ ତୁଲାଇବା ସମ୍ଭବପର ହେଉ ନାହିଁ ବୋଲି ପିଇଓ ମାନେ କହିଛନ୍ତି । ୧୫ତାରିଖ ଦିନ ଭତ୍ତା ବାଣ୍ଟିବାର ଦିନ ଧାର୍ଯ୍ୟ ହୋଇଥିବାବେଳେ ଜଣେ ଜଣେ ପିଇଓ କିପରି ଗୋଟିଏ ଦିନରେ ସମସ୍ତ ପଞ୍ଚାୟତରେ ଭତ୍ତା ବାଣ୍ଟିବୁ ବୋଲି କହିଛନ୍ତି । ସେହିପରି ପିଇଓ ମାନଙ୍କ ଦ୍ୱାରା ମନରେଗା, ଆବାସ ଯୋଜନା, ବିଜୁ ପକ୍କାଘର, ଏସଏଫସି, ଟିଏଫସି, ଭଳି କାମ ଗୁଡିକ ମଧ୍ୟ କରିବା ସମ୍ଭବପର ହେଉ ନାହିଁ । ଏଥିପାଇଁ କିଛି ପିଇଓ ନିଜେ ସମସ୍ତ ପଞ୍ଚାୟତକୁ ନଯାଇ ଅନ୍ୟ ଲୋକଙ୍କ ଦ୍ୱାରା କରାଉଥିବାରୁ ଅନେକ ଅନିୟମିତତା ହେଉଥିବା ଅଭିଯୋଗ ହୋଇ ଆସୁଛି । ଯାହାଦ୍ୱାରା ହାଟଡିହି ବ୍ଲକଟି ଦୁର୍ନ୍ନୀତୀ ଗନ୍ତାଘର ବୋଲି ଚର୍ଚ୍ଚାରେ ରହି ଆସିଛି । ଖାଲି ପିଇଓ ନୁହଁ ୩୧ଟି ପଞ୍ଚାୟତ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ଏବିଡିଓ ପଦବୀ ଖାଲି ପଡିଥିବା ଓ ଏହାକୁନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ଜାଣିଶୁଣି ଏହି ପଦବୀକୁ ପୁରଣ କରୁନଥିବାରୁ ବ୍ଲକରେ ଉନ୍ନୟନ କାର୍ଯ୍ୟରେ ସବୁବେଳେ ପଛୁଆ ରହୁଛି । ଏଣୁ ଜିଲ୍ଲାପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଜଣେ ଏବିଡିଓଙ୍କ ସମେତ ଅଧିକ ସଂଖ୍ୟକ ପିଇଓ ନିଯୁକ୍ତି ପାଇଁ ଦାବି ହେଉଛି ।